ନୟାଗଡ଼ ପୌର ପରିଷଦ ପକ୍ଷରୁ ବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତା

ସ୍ବାୟତ୍ତ ଶାସନ ଦିବସ ଉପଲକ୍ଷେ ନୟାଗଡ଼ ପୌର ପରିଷଦ ପକ୍ଷରୁ ଏନ୍‌ଏସି ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଛି। ଏହି ଅବସରରେ ସଙ୍ଗୀତ, ଓଡ଼ିଆ ବତ୍କୃତା, ଚିତ୍ରାଙ୍କନ ଓ ସାଧାରଣଜ୍ଞାନ ପ୍ରମୁଖ ପ୍ରତିଯୋଗିତା ହୋଇଥିଲା। ସଙ୍ଗୀତ ପ୍ରତିଯୋଗିିତାରେ ବିଚାରକ ଭାବେ ସଙ୍ଗୀତଜ୍ଞ ନବ କିଶୋର ମିଶ୍ର, ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ରଥ, ଯୁବ ସାମ୍ବାଦିକ ଉଦିତ ନାରାୟଣ ଦାଶ ଏବଂ କଣ୍ଠଶିଳ୍ପୀ ଜୟଶ୍ରୀ ଦେବୀ ଯୋଗଦେଇଥିଲେ। ସେହିଭଳି ବତ୍କୃତା ପ୍ରତିଯୋଗିତା‌େ‌ର ବିଚାରକ ଭାବେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରା ଏବଂ ଅଶୋକ ମଲ୍ଲ ଯୋଗଦେଇଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଚାରକ ଭାବେ ନିର୍ମଳଚନ୍ଦ୍ର ଶୂରଦେଓ, ସନ୍ତୋଷ ମହାପାତ୍ର ଓ ପୂର୍ଣ୍ଣଚନ୍ଦ୍ର ସାହୁ ଏବଂ ସାଧାରଣଜ୍ଞାନ ପ୍ରତିଯୋଗିତାରେ କାଉନସିଲର କିଷାନ କୁମାର ଦାଶ, ଜାନକୀ ବଲ୍ଲଭ ଜେନା, ଅଳକା ମଞ୍ଜରୀ ନାୟକ ଓ ଉର୍ମିଳା ଜେନା ଯୋଗଦେଇଥିଲେ। ଏହି ସମସ୍ତ ପ୍ରତିଯୋଗିତା‌େ‌ର ବିଭିନ୍ନ ବିଦ୍ୟାଳୟରୁ ୯୨ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୨୫ଜଣ ପ୍ରତିଯୋଗୀ ପୁରସ୍କୃତ ହେବା ଲାଗି ଚୟନ ହୋଇଛନ୍ତି। ପୌରାଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ ପ୍ରତି‌େ‌ଯାଗିତାକୁ ପରିଚାଳନା କରିଥିଲେ। ଆଗାମୀ ଅଗଷ୍ଟ ୩୧ ଦିନ ୧୦ଟାରେ ପଠାଣୀ ସାମନ୍ତ ସଂସ୍କୃତି ଭବନରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି କାଉନସିଲର ଲକ୍ଷ୍ମୀଧର ମହାପାତ୍ର ସୂଚନା ଦେଇଛନ୍ତି।

ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼

Leave a Reply

Your email address will not be published. Required fields are marked *