ସ୍ୱାମୀର ଗୁପ୍ତାଙ୍ଗକୁ ଦା’ ରେ କାଟିଲା ସ୍ତ୍ରୀ
ଭଦ୍ରକ:-୨୯/୯:- ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧୀନସ୍ଥ ବାଘନଟା ଗାଁରେ ସ୍ୱାମୀ ଅମୂଲ୍ୟ ଜେନା ଓ ସ୍ତ୍ରୀ ସୁଲୋଚନା ଜେନାଙ୍କ ମଧ୍ୟରେ ବିବାଦ ଉଗ୍ର ରୂପ ଧାରଣ କରିବା ପରେ ସ୍ୱାମୀର ଠେଙ୍ଗା ମାଡରେ ସ୍ତ୍ରୀ ମୁଣ୍ଡ ଆଘାତ ପ୍ରାପ୍ତ ସହ ଦାନ୍ତ ଗୁଡିକ ଭାଙ୍ଗିଯାଇଥିବାବେଳେ, ସ୍ତ୍ରୀ ମଧ୍ୟ ପ୍ରତି ଆକ୍ରମଣ କରି ଦା’ ଦ୍ୱାରା ସ୍ୱାମୀର ଗୁପ୍ତାଙ୍ଗ ସହ ବେକକୁ କାଟିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଗ୍ରାମବାସୀମାନେ ଖବର ପାଇ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସରେ ଆଣି ଚାନ୍ଦବାଲି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଏହି ଘଟଣା ସଂପର୍କରେ ଖବର ପାଇ ଚାନ୍ଦବାଲି ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ସ୍ତ୍ରୀ ଗୁରୁତର ହେବାରୁ ତାକୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
