ନେତାଜୀ ସୁବାଷ ବାହିନୀର ୭ମ ବର୍ଷିକ ଉତ୍ସବ ଅନୁଷ୍ଠିତ



ଆଜି ସଂସ୍କୃତି ଭବନ ଭଦ୍ରକ ପରିସରରେ “ନେତାଜୀ ସୁବାଷ ବାହିନୀ” ର ୭ମ ବାର୍ଷିକ ଉତ୍ସବ ପାଳିତ ହୋଇଛି।ଏହି ସଭାରେ ସଭାପତିତ୍ୱ କରିଥିଲେ ସୁବାଷ ବାହିନୀ ର ଆବାହକ ବିକାଶ ଶ୍ରେଷ୍ଠା , ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀ ଅଶୋକ ଶତପଥୀ, ମୁଖ୍ୟବକ୍ତା ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଥିଲେ ଭଦ୍ରକ ଜିଲ୍ଲାର ତିନି ଉଦିୟମାନ ଯୁବନେତା ତଥା ଯୁବ ସମାଜସେବୀ ରାକେଶ ପଣ୍ଡା,ସୁରଜ ସାହୁ ଏବଂ ପ୍ରକାଶଜ୍ୟୋତି ମହାକୁଡ଼ ଯୋଗ ଦେଇ ସମାଜରେ ବିଭିନ୍ନ କ୍ଷେତ୍ରରେ ସମାଜ ପ୍ରତି ସମାଜ ସେବୀଙ୍କ ଉତ୍ସର୍ଗୀକୃତ ସେବାକୁ ଖୁବ ପ୍ରଶଂସା କରିଥିଲେ । ଏହି ସଭାରେ ମଞ୍ଚରେ ଅତିଥି ପରିଚୟ ପ୍ରଦାନ କରିଥିଲେ ନୀଳ ଲୋହିତ ଜେନା ଏବଂ ଧନ୍ୟବାଦ ଜଣାଇଥିଲେ ବାହିନୀ ଉପଦେଷ୍ଟା ସତ୍ୟବ୍ରତ ଦାସ । ଶେଷରେ ସମାଜସେବାରେ ବିଭିନ୍ନ କ୍ଷେତ୍ରରେ ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ୧୧ ଗୋଟି ସାମାଜିକ ସଂଗଠନ କୁ ସମ୍ୱର୍ଦ୍ଧିତ କରାଯାଇଛି ଏବଂ ବିଶିଷ୍ଟ ଗୌସେବା ପାଇଁ ପ୍ରମୋଦ କୁମାର ଦାସ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ରିପୋର୍ଟ :-ପୁନିଲ. କୁମାର ସାମନ୍ତ, ଭଦ୍ରକ।

Leave a Reply

Your email address will not be published. Required fields are marked *