ଦୁତିବାହାନ ଓଷା
ଆଜି ପବିତ୍ର ଦୁତିବାହାନ ବୋଝୋ ଓଷା କୋଭିଡ ନିୟମକୁ ଆଖି ଆଗରେ ରଖି ଆନନ୍ଦପୁର ମାଉସୀ ମା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଦୁତି ଓଷାରେ ବ୍ରତ ପାଳନ କରୁଥିବା ନାରୀମାନେ ବୋଝ ସାଙ୍ଗରେ ଆଣିଥିବା ଫଳ ଫୁଲକୁ ଆଣି ପୂଜା ହେଉଥିବା ସ୍ଥାନରେ ଚାରି ପଟେ ରଖି ପୂଜା କରୁଥିଲେ। ଏହି ପୂଜାରେ ପୁରୁଖା ବ୍ରାହ୍ମଣ ନୀତି କାନ୍ତି ପାଳନ କରି ଶ୍ଳୋକ ଉଚ୍ଚାରଣ କରି ପୂଜଟିକୁ ସମ୍ପୂର୍ଣ କରିଥିଲେ। ଏହି ପୂଜା ମଧ୍ୟ ରାତ୍ରିରେ ଆରମ୍ଭ ହୋଇ ଶେଷ କରାଯାଇଛି।ଏହି ପୂଜାରେ ମାନସିକ କରିଥିବା ନାରୀମାନେ ପୂଜା ଶେଷରେ ନିଜ ଫଳ ପୁଷ୍ପ ବୋଝ ଟିକୁ ସମସ୍ତଙ୍କୁ ବାଣ୍ଟି ରାସ୍ତା ରେ ଗଡେଇ ଥାନ୍ତି। ଏହି ପୂଜାରେ ସମସ୍ତ ବୃଦ୍ଧ ବନିତା ଏକାଠି ହୋଇ ପୂଜାଟିକୁ ପାଳନ କରିଥିଲେ।
