ଗୁରୁଦିବସ ରେ ଧର୍ମଶାଳା ରେ ୨ ହଜାରରୁ ଉର୍ଦ୍ଧ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ସମ୍ବର୍ଦ୍ଧିତ

ଗୁରୁଦିବସ ରେ ଧର୍ମଶାଳା ରେ ୨ ହଜାରରୁ ଉର୍ଦ୍ଧ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ସମ୍ବର୍ଦ୍ଧିତ କଲା ଅଂଶୁମାନ ଟ୍ରଷ୍ଟ l ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଜାରକା ମହୋତ୍ସବ ପଡିଆରେ ଏକ ନିଆରା ଢଙ୍ଗରେ ଓ ବହୁତ ଧୂମଧାମ ରେ ଗୁରୁଦିବସ ପାଳନ ହୋଇଯାଇଅଛି l ମୁଖ୍ୟ ଅତିଥିଭାବେ ବିଧାୟକ ହିମାଂଶୁ ଶେଖର ସାହୁ ଓ ବିଡ଼ିଓ ଦେବବ୍ରତ ବଳ ଯୋଗଦେଇ ଥିଲେ l

ଅଂଶୁମାନ ଟ୍ରଷ୍ଟ ପକ୍ଷରୁ ପ୍ରାପ୍ତନ ଓ ପୁରାତନ ଏବଂ ଅବସର ପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ବିଧାୟକ ହିମାଂଶୁ ଶେଖର ସାହୁ ଉପଢୌକନ, ମାନପତ୍ର ଓ ଫୁଲ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇ ଥିଲା l ଧର୍ମଶାଳା ଅଞ୍ଚଳର ପାଖା ପାଖି ୨ ହଜାରରୁ ଉର୍ଦ୍ଧ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗ ଦେଇ ସମ୍ବର୍ଦ୍ଧିତ ହୋଇଥିଲେ l.

ଧର୍ମଶାଳା ରୁ ଈଶ୍ୱର ଚନ୍ଦ୍ର ବାରିକ ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *