ମିଳିତ ଶୃଙ୍ଖଳା ତଦନ୍ତକାରି ଗ୍ରୁଫ ବୈଠକ
ଧରାକୋଟ ତହସିଲ କାର୍ଯ୍ୟାଳୟ ପରିସରରେ ତହସିଲଦାର ଲମ୍ବୋଦର ମାରାଣ୍ଡି ଙ୍କ ଅଧ୍ୟକ୍ଷତା ରେ ମିଳିତ ଶୃଙ୍ଖଳା ତଦନ୍ତକାରି ଗ୍ରୁଫ୍ ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ତହସିଲଦାର ଗଣେଷ ଦଳାଇ,ଖଣି ଅଧିକାରୀ ଅକ୍ଷୟ ସାମଲ,ଆସିକା ବନପାଳ ପ୍ରମୋଦ ପଣ୍ଡା,ଧରାକୋଟ ବନପାଳ ଅକ୍ଷୟ ତ୍ରିପାଠୀ,ଅବକାରୀ ବିଭାଗ ଅଧିକାରୀ ରାକେଶ ଖୁଣ୍ଟିଆ,ଯୋଗାଣ ନୀରିକ୍ଷକ ସଞ୍ଜୟ ମଲିକ, ଗାଙ୍ଗପୁର ଥାନା ଏ ଏସ ଆଇ ଯୁଧିଷ୍ଟିର ମାଝୀ,ଧରାକୋଟ ଥାନା ଏ ଏସ ଆଇ ରାଜେନ୍ଦ୍ର ରାଉତ,କୃଷି ଅଧିକାରୀ ବିଶ୍ଵନାଥ ବେହେରା, ବି ପି ଓ ଜି ଏନ ଗଙ୍ଗାଧର ଓ ସି ଡି ପି ଓ ସୁନିଲ ପ୍ରଭା ରଥ ପ୍ରମୁଖ ଉପସ୍ଥିତ ରହିଥିଲେ। ସମ୍ପ୍ରତି ନିତିଦିନିଆ ଜୀବନରେ ଯେପରି ସର୍ବ ସାଧାରଣ ଲୋକ ଭିନ୍ନ ଭିନ୍ନ କ୍ଷେତ୍ରରେ ଅସୁବିଧାରେ ନପଡନ୍ତି ସେ ସମ୍ପର୍କରେ ସବିଶେଷ ଆଲୋଚନା ଏହି ବୈଠକ ରେ କରାଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା। ହୋଟେଲ ଗୁଡିକରେ ମିଳୁଥିବା ଖାଦ୍ୟ ଯାଞ୍ଚ କରିବା,ଗ୍ରୋଷରି ଦୋକାନ, ସୁନା ଦୋକାନ,ତେଜରାତି ଦୋକାନ,ପେଟ୍ରୋଲ ପମ୍ପ,ମାଛ ଓ ମାଂସ ଦୋକାନ ରେ ଗ୍ରାହକ ମାନେ ଯେପରି ମାପ ଓ ଓଜନ ରେ ଠକେଇ ର ଶୀକାର ହେବେନାହିଁ,ଚୋରା କାଠ ଦୋକାନ ରେ ଚଢାଉ,ଚୋରା ଓ ଅପମିଶ୍ରିତ ଦେଶୀ ମଦ କାରବାର ରୋକିବା,ଶିଶୁ,କିଶୋରୀ ଓ ଗର୍ଭବତୀ ମହିଳାମାନଙ୍କ ପାଇଁ ଦିଆଯାଉଥିବା ଛତୁଆ ର ମାନ ଯାଞ୍ଚ , ବାଲ୍ୟ ବିବାହ ରୋକିବା,ସାର ଓ ବିହନ କଳାବଜାର ରୋକିବା, ହେଲମେଟ ଚେକିଂ,ମଦ୍ୟପ ଡ୍ରାଇଭର କୁ ଧରି ଦୁର୍ଘଟଣା ରୋକିବା,18 ବର୍ଷ ରୁ କମ ବୟସ୍କ ଶିଶୁକୁଙ୍କୁ ଗାଡି ଚଳାଇବା ନେଇ ପ୍ରତିବନ୍ଧକ ଲଗାଇବା ,ଭେଜାଲ ଔଷଧ ସହ ବେଆଇନ ପାଥୋଲେବ କୁ ଯାଞ୍ଚ କରିବା ପାଇଁ ଆଲୋଚନା କରାଯାଇଥିଲା। ଆଜିଠାରୁ ଏହି ସମସ୍ତ କାର୍ଯ୍ୟ ପଦ୍ଧତି ଉପରେ କଡା ନଜର ରଖିବା ସହ ଯାଞ୍ଚ ପ୍ରକ୍ରିୟା କଡାକଡି ନିଷ୍ପତି ଗ୍ରହଣ କରାଯାଇଥିଲା।
