କର୍ତ୍ତବ୍ୟ ସମୟରେ ଆନ୍ତରିକତା

*କର୍ତ୍ତବ୍ୟ ସମୟରେ ଆନ୍ତରିକତା ଏବଂ ସତର୍କତା ପାଇଁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଚାରି ରେଳ କର୍ମଚାରୀ ସମ୍ବର୍ଦ୍ଧିତ |*ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଆଜି ରେଳ ସଦନ ଠାରେ ଚାରିଜଣ ରେଳ କର୍ମଚାରୀଙ୍କୁ ସେମାନଙ୍କର କାର୍ଯ୍ୟ ସମ୍ପାଦନ କରୁଥିବାବେଳେ ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ସତର୍କତା ପାଇଁ ସମ୍ବର୍ଦ୍ଧିତ କରିବା ସହିତ ପୁରସ୍କାର ପ୍ରଦାନ କରିଛନ୍ତି |ରମ୍ଭା ଷ୍ଟେସନ ଠାରେ କାର୍ଯ୍ୟରତ ଟ୍ରାକମ୍ୟାନ୍ ଶ୍ରୀ ଗୋପାଳ ପ୍ରଧାନ; ନିରାକାରପୁରର ଷ୍ଟେସନ ମ୍ୟାନେଜର ଶ୍ରୀ ଚିନ୍ମୟ କୁମାର ପରିଡ଼ା; ବିଶାଖାପାଟନମ ଡିଜେଲ ଲୋକୋ ସେଡରେ କାର୍ଯ୍ୟ କରୁଥିବା ଶ୍ରୀ ଜି କ୍ରିଷ୍ଣା ପ୍ରସାଦ ଏବଂ ଅମ୍ବୋଦଳା ଷ୍ଟେସନରେ କାର୍ଯ୍ୟରତ ଟ୍ରାକ୍ ରକ୍ଷଣାବେକ୍ଷଣକାରୀ ଶ୍ରୀ ଦିଲୀପ ଭୋଇ ସେମାନଙ୍କର କାର୍ଯ୍ୟ ସମ୍ପାଦନ ସମୟରେ ଅସାଧାରଣ ବିଫଳତାକୁ ଚିହ୍ନଟ କରି ନିରାପଦ ଟ୍ରେନ୍ ଚଳାଚଳ ପାଇଁ ତୁରନ୍ତ ପଦକ୍ଷେପ ନେଇଥିଲେ | ଉପରୋକ୍ତ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରି ଶ୍ରୀ ଫୁଙ୍କୱାଲ କହିଛନ୍ତି ଯେ, ଟ୍ରାକମ୍ୟାନ୍, ଷ୍ଟେସନ୍ ଅପରେଟିଂ ଷ୍ଟାଫ୍, ଟେକ୍ନିସିଆନ୍ ଏବଂ ସୁରକ୍ଷା ଏବଂ ରେଳ ନିରାପତ୍ତା କାର୍ଯ୍ୟରେ କାର୍ଯ୍ୟ କରୁଥିବା ଅନ୍ୟ କର୍ମଚାରୀମାନେ ଟ୍ରେନ୍ ଗୁଡିକର ନିରାପଦ ଚଳାଚଳ ପାଇଁ ଦିନରାତି କଠିନ ପରିଶ୍ରମ କରୁଛନ୍ତି | ରେଳପଥର ମହାପ୍ରବନ୍ଧକ ଉକ୍ତ କର୍ମଚାରୀ ମାନଙ୍କର କର୍ତ୍ତବ୍ୟ ପାଇଁ ସେମାନଙ୍କର ପ୍ରତିବଦ୍ଧତା ଏବଂ ଉତ୍ସର୍ଗୀକୃତତାକୁ ଉତ୍ସାହିତ କରିବା ସହିତ ରେଳ ସେକ୍ସନ ମାନଙ୍କରେ କିମ୍ବା ନିରାପତ୍ତା କାର୍ଯ୍ୟ ସମ୍ପାଦନ କରୁଥିବାବେଳେ ଏହି ଭଳି କର୍ମଚାରୀଙ୍କୁ ଚିହ୍ନଟ କରି ପୁରସ୍କୃତ କରିବାକୁ ପରାମର୍ଶ ମଧ୍ୟ ଦେଇଥିଲେ |

Leave a Reply

Your email address will not be published. Required fields are marked *