ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ।

ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ।ପୁରୀ ୧୨/୯ ପୁରୀ ଜିଲ୍ଲା ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଏକ ସମନ୍ୱୟ କମିଟି ବୈଠକ ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ବିଭିନ୍ନ ଉନ୍ନୟନ କାର୍ଯ୍ୟ ର ସମୀକ୍ଷା କରିବା ସହ ନିର୍ଦ୍ଧାରିତ ସମୟ ରେ କାର୍ଯ୍ୟ ସମ୍ପନ୍ନ ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ମାନ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।ବାଟମଙ୍ଗଳା ମେଡିକାଲ ଛକ ରାସ୍ତା ପ୍ରଶସ୍ତିକରଣର ସମୀକ୍ଷା କରାଯାଇ ଦେବୋତ୍ତର ବିଭାଗ ଅଧିନରେ ଥିବା କିଛି ନିର୍ମାଣ ଓ କିଛି ବ୍ୟକ୍ତି ବିଶେଷ ଙ୍କ ଗୃହ ରାସ୍ତା ଅବରୋଧ ରେ ରହୁଥିବାରୁ ନିୟମ ଅନୁସାରେ ଅବରୋଧ ହଟେଇ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଜିଲ୍ଲାପାଳ ଜିଲ୍ଲା ଭୂ ଅର୍ଜନ ଅଧିକାରୀ ନିରଞ୍ଜନ ବାରିକ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଭାର୍ଗବୀ ନଦୀ ପୋଲ ଠାରୁ କପିଳେଶ୍ୱର ମନ୍ଦିର ପର୍ଯ୍ୟନ୍ତ ମରାମତି କାର୍ଯ୍ୟ ପାଇଁ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଙ୍କୁ ପରାମର୍ଶ ଦେଇଥିଲେ।କୋଣାର୍କ ଚନ୍ଦ୍ରଭାଗା ରାସ୍ତା ଆଲୋକୀକରଣ, ସମୁଦ୍ର ବେଳାଭୂମିରେ ବୃକ୍ଷ ରୋପଣ ପାଇଁ ଜଙ୍ଗଲ ବିଭାଗକୁ ଖାଲି ଥିବା ସ୍ଥାନ ଚିହ୍ନଟ ଓ ପଦକ୍ଷେପ ନେବା,ଆବଶ୍ୟକ ଅନୁସାରେ ନୂଆ ପିଏଚସି ଓ ସିଏଚସି ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ ଓ ତଥ୍ୟ ପ୍ରଦାନ ପାଇଁ ସିଡିଏମଓ ଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ସେହିପରି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ପାଇପ ମାଧ୍ୟମରେ ପ୍ରତ୍ୟେକ ଗ୍ରାମକୁ ଜଳ ଯୋଗାଣ ର ସ୍ଥିତି ସମ୍ପର୍କରେ ତଦାରଖ କରି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଜିଲ୍ଲାପାଳ ଙ୍କୁ ଅବଗତ କରାଇବେ। ତଦାରଖ କରି ବିଦ୍ୟାଳୟ ପାଇଁ ଆବଶ୍ୟକ ଥିଲେ ନୂତନ ଗୃହ ନିର୍ମାଣ ,ମରାମତି ଇତ୍ୟାଦି ର ପ୍ରସ୍ତାବ ଦେବାକୁ ଶିକ୍ଷା ଅଧିକାରୀ ଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଧନୁଆଁ ନଦୀ ରେ ପୋଲ ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି,ସିଡିଏମଓ ଡା ରୂପଭାନୁ ମିଶ୍ର,ପୌର ପାଳିକା ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା,ଯୋଜନା ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀଧର ସେଠୀ, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ରଶ୍ମିରଞ୍ଜନ ସାହୁ, ପୁରୀ ତହସିଲଦାର ଅଭିଷେକ ଦାଶ,ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦିପ୍ତ ସେନାପତି,ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *