ପ୍ରିୟାଶୁଂ ସ୍ୱାଇଁ ବ୍ରୋଞ୍ଜ ପଦକ ହାସଲ କରି ନିଜ ବିଦ୍ୟାଳୟର ନାମ ଉଚ୍ଚ କରିଛନ୍ତି।
ପୁରୀ ଜିଲ୍ଲାର ବାଲିଘାଇ ସ୍ଥିତ ଚନ୍ଦ୍ର ଶେଖର ଏକାଡେମୀର ଛାତ୍ର,୧୪ ବର୍ଷୀୟ ବାଳକ ପ୍ରିୟାଶୁଂ ସ୍ୱାଇଁ, ବୁଦ୍ଧିଷ୍ଟ ଟାଏକୋଣ୍ଡା ଏକାଡ଼େମୀର ତାଲିମଦାତା ବିଶ୍ୱଜିତ୍ ନାୟକଙ୍କ ଦ୍ୱାରା ତାଲିମ୍ ଗ୍ରହଣ କରୁଥିଲେ। ଚଳିତ ମାସ ତା.୭ ରୁ ୧୧ ରିଖ ମଧ୍ୟରେ ପଶ୍ଚିମବଙ୍ଗ ସ୍ଥିତ ଏଚ୍.ଏମ୍ ଏଜୁକେସନ୍ ସେଣ୍ଟରରେ ଅନୁଷ୍ଠିତ ହୋଇଥିଲା ସି.ବି.ଏସ୍.ସି ଫାର୍ ଇଷ୍ଟ ଜୋନ୍ ଟାଏକୋଣ୍ଡା ଚାମ୍ପିଆନସିପ୍ ୨୦୨୪-୨୫। ସେଥିରେ ପ୍ରିୟାଶୁଂ ସ୍ୱାଇଁ ବ୍ରୋଞ୍ଜ ପଦକ ହାସଲ କରି ନିଜ ବିଦ୍ୟାଳୟ ଓ ଟାଏକୋଣ୍ଡା ଏକାଡେମୀର ନାମ ଉଚ୍ଚ କରିଛନ୍ତି।
