ନୟାଗଡ଼ ମୁନିସିପାଲିଟିର ୱାର୍ଡ ନଂ ୯ରେ ପ୍ରଥମ ଡିଜିଟାଲ ସର୍ଭେ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ରାଜ୍ୟ ଗୃହ ଓ ନଗର ଉନ୍ନୟନ ଵିଭାଗ,ଓଡିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ପ୍ରଥମେ ନୟାଗଡ ପୌର ପରିଷଦ,ୱାର୍ଡ ନଂ-୯ ପାଇଁ ସ୍ଥାନୀୟ ରାମ ମନ୍ଦିର ପରିସରରେ ୱାର୍ଡ ଵାସୀଙ୍କୁ ନେଇ ସହରାଞ୍ଚଳ “ଡିଜିଟାଲ ୱାର୍ଡ ଡୋର ସର୍ଭେ (DWDS)” ଵୈଠକ କରାଯାଇଥିଲା। ପୌର ପରିଷଦ ସର୍ଭେ ସଂଯୋଜକ ଶ୍ରୀଵସ୍ଚ ମହାନ୍ତି,ପ୍ରକଳ୍ପ ଟିମ୍ ମୁଖ୍ୟ ସମିତା ପରିଡା, ମୁକ୍ତା ଯୋଜନା ଵିଶେଷଙ୍ଗ୍ୟ ଗୁରୁ ଚରଣ ଵେହେରା,ସ୍ଵଚ୍ଛସାଥୀ ଗୀତାଞ୍ଜଳୀ ପଟ୍ଟନାୟକ ପ୍ରମୁଖ “ଡିଜିଟାଲ ଡୋର ସର୍ଭେ” ଉଦ୍ଦେଶ୍ୟ ସଂପର୍କରେ ୱାର୍ଡଵାସୀଙ୍କୁ ଆଲୋକପାତ କରାଇଥିଲେ । ଡିଜିଟାଲ ନମ୍ଵର ମାଧ୍ୟମରେ ଘରର ନକ୍ସା,ସ୍ଥିତି,ଦ୍ରଘ୍ୟ-ପ୍ରସ୍ଥ,ପରିଵାରର ସଦସ୍ୟମାନଙ୍କ ଡାଟା,ଗୃହଟିକସ କର,ଇଲେକ୍ର୍ଟି କର,ଜଳକର ଇତ୍ୟାଦି ସୁଵିଧାରେ ମୋଵାଇଲ୍ ମାଧ୍ୟମରେ ପେମେଣ୍ଟ କରିପାରିଵେ । ପରଵର୍ତ୍ତି ସମୟରେ ସମସ୍ତ ୱାର୍ଡରେ ଡିଜିଟାଲ ଡୋର ସର୍ଭେ କରାଯିଵ । ୱାର୍ଡ ନଂ -୯ର ୱାର୍ଡ ଇନଚାର୍ଜ ଗଜେନ୍ଦ୍ର ମହାରାଣ ସଭାଟିକୁ ପରିଚାଳନା କରିଥିଵା ଵେଳେ ସମାଜସେଵୀ ରଂଜନ ରଶ୍ମି ଜେନା ଧନ୍ୟଵାଦ ପ୍ରଦାନ କରିଥିଲେ ।
ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼ “ତୀର୍ଥକ୍ଷେତ୍ର”
