କର୍ମଚାରୀଙ୍କ ମାନେ ଆଜି ଦେଖାଇଛନ୍ତି ସେମାନଙ୍କର ମହତ ପଣିଆ
ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଞ୍ଚଳର ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ମାନେ ଆଜି ଦେଖାଇଛନ୍ତି ସେମାନଙ୍କର ମହତ ପଣିଆ। ମାତ୍ର ୬ ମାସର ଏହି ଅନୁଷ୍ଠାନ ଅବସର ସେନା କର୍ମଚାରୀ କ୍ଲବ, ଧର୍ମଶାଳା। ଆଜି ସକାଳ ୭ଟାରୁ କ୍ଲବର ସମସ୍ତ ସଦସ୍ୟ ପ୍ରଥମେ ଧର୍ମଶାଳା ସ୍ୱାସ୍ଥ୍ୟ କେନ୍ଦ୍ର ପରିସରକୁ ଝାଡୁ ମାରି ଅଳିଆ ଆବର୍ଜ୍ଜନା ସଫାକରି ବ୍ଲିଚିଙ୍ଗ ବିଶୋଧନ କରିଥିଲେ। ପରେ ସକାଳ ୯ଟାରେ ଧର୍ମଶାଳା ପବ୍ଲିକ ସ୍କୁଲ ପରିସରରେ ୫୦ ଗୋଟି ବିଭିନ୍ନ ପ୍ରଜାତିର ଚାରାଗଛ ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଧର୍ମଶାଳା ସ୍ୱାସ୍ଥ୍ୟକେନ୍ଦ୍ରରେ ବରପ୍ରାପ୍ତ ଅଧିକାରୀ ସୁଧୀର ରଞ୍ଜନ ସାହୁ ସହଯୋଗ କରିଥିବା ବେଳେ ଧର୍ମଶାଳା ପବ୍ଲିକ

ସ୍କୁଲରେ ଅଧ୍ୟକ୍ଷ ଭିକାରୀ ଚରଣ ସାମଲ ସହଯୋଗ କରିଥିଲେ। ଉକ୍ତ ସେନା କର୍ମଚାରୀ କ୍ଲବ କର୍ମକର୍ତ୍ତା ଓ ସଦସ୍ୟ ଯଥା କ୍ୟାପଟେନ ପ୍ରଭାତ ଜେନା, ସଭାପତି ଅନିଲ ସାମଲ, ଉପସଭାପତିଶ୍ରୀନାଥ ଦାସ, ସମ୍ପାଦକ ଦିଲୀପ ପୃଷ୍ଟି, ସହ ସମ୍ପାଦକ ପ୍ରତାପ ପରିଡା, ପ୍ରମୋଦ ବେହେରା, ନକୁଳ ବେହେରା,ଅଭିରାମ ସାହୁ, ଅରବିନ୍ଦ ଜେନା, ମହାମାୟା ବିଶ୍ୱାଳ, ଅଶୋକ ନନ୍ଦ, ପବିତ୍ର ସାହୁ, ନରେନ୍ଦ୍ର ସାହୁ, ଅତିନ୍ଦ୍ର ପତି, ପ୍ରଶାନ୍ତ ରାଉତ, ମନୋରଞ୍ଜନ ଦାସ, ବଟକୃଷ୍ଣ ବାରିକ ଲକ୍ଷ୍ମୀଧର ସାହୁ ପ୍ରମୁଖ ବହୁ ଅବସରପ୍ରାପ୍ତ ସେନା କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଭୂମିକା ଗ୍ରହଣ କରି ସୁଚାରୁ ରୂପେ ସମ୍ପାଦନା କରିଥିଲେ।
ଧର୍ମଶାଳା ରୁ ଈଶ୍ୱର ଚନ୍ଦ୍ର ବାରିକ ଙ୍କ ରିପୋର୍ଟ।
