ନିୟମିତ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ବହୁଭାଷୀ କନିଷ୍ଠ ଶିକ୍ଷକ ସଂଘ

୨୦୧୩ – ୧୪ ମସିହାରେ ଗଣଶିକ୍ଷା ବିଭାଗ ଅଧୂଳରେ ବହୁଭାଷୀ କାର୍ଯ୍ୟକ୍ରମ ପାଇଁ ୧୫ ଟି ଜିଲ୍ଲାରେ ୨୧ ଟି ଭାଷାରେ ୩୦୦୦ ରୁ ଉର୍ଦ୍ଧ୍ବ ଶିକ୍ଷା ସହାୟକଙ୍କୁ ସରକାର ନିଯୁକ୍ତି ପ୍ରଦାନ କରିଥିଲେ । ଅନୁରୂପ ଭାବେ କେନ୍ଦୁଝର ଜିଲ୍ଲାରେ ମଧ୍ୟ ହୋ , ସାନ୍ତାଳୀ ଏବଂ ଜୁଆଙ୍ଗ ଭାଷାରେ ୩୧୨ ଜଣ ଶିକ୍ଷା ସହାୟକଙ୍କୁ ନିଯୁକ୍ତି ପ୍ରଦାନ କରିଥିଲେ । ନିଯୁକ୍ତିର ୩ ବର୍ଷ ପରେ ସେମାନଙ୍କୁ କନିଷ୍ଠ ଶିକ୍ଷକ ର ମାନ୍ୟତା କରଯାଇଥିଲା କିନ୍ତୁ ଏବେ ତାଙ୍କର କାର୍ଯ୍ୟକାଳ ୬ ବର୍ଷ ପୁରି ୮ ବର୍ଷ ଚାଲୁଥିଲେ ମଧ୍ୟ ଯୋଗ୍ୟ ଶିକ୍ଷା ସହାୟକଙ୍କୁ ନିୟମିତ କରାଯାଇନାହିଁ । ସରକାରଙ୍କ ନିୟମ ଅନୁଯାୟୀ ଜଣେ ଶିକ୍ଷା ସହାୟକ ତିନି ବର୍ଷ କାର୍ଯ୍ୟ କଲା ପରେ ତାକୁ କନିଷ୍ଠ ଶିକ୍ଷକ ଏବଂ ସି.ଟି. , ବି.ଏ.ଡ଼ ସହିତ ଓଟିଇଟି ପାସ ଥାଇ ନିରିବିଛିନ୍ନ ୬ କାର୍ଯ୍ୟ କଲା ପରେ ନିୟମିତ ଶିକ୍ଷକ ମାନ୍ୟତା ପାଇବାର ନିୟମ ରହିଥିବା ସ୍ଥଳେ ଏହି ନିୟମ ଅନୁଯାୟୀ ଓଡ଼ିଶାର ସମସ୍ତ ଶିକ୍ଷା ସହାୟକଙ୍କୁ ୬ ବର୍ଷ ପରେ ନିୟମିତ କରାଯାଇଅଛି । କିନ୍ତୁ ସମସ୍ତ ଯୋଗ୍ୟତା ହାସଲ କରି ସୁଧା ଆଦିବାସୀ ବୋଲି ବହୁଭାଷୀ ଶିକ୍ଷା ସହାୟକ ଙ୍କୁ ଅବହେଳା କରାଯାଇ ଥିବା ସଂଘ ଅଭିଯୋଗ ଆଣିଅଛି । ଓଡ଼ିଶାରେ ବହୁଭାଷୀ କାର୍ଯ୍ୟକ୍ରମ ଯୋଗୁଁ ଆଜି ଅନେକ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ସ୍ତରରେ ନିଜ ମାତୃଭାଷାରେ ଶିକ୍ଷା ପ୍ରଦାନ କରି ମୁଖ୍ୟସ୍ରୋତ ଆଣିବାରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଅଛି ତାହା ସହିତ ବିଦ୍ୟାଳୟ ସ୍ତରରେ ଡ୍ରପ ଆଉଟ ସଂଖ୍ୟା ମଧ୍ୟ କମି ଯାଇଅଛି । କିନ୍ତୁ ଏହି କାର୍ଯ୍ୟକ୍ରମ କୁ ଯେଉଁମାନେ ସଫଳ ରୂପାୟନ କରୁଛନ୍ତି ତାଙ୍କୁ ଅବହେଳା କରଯାଇଅଛି । ଏହି ବହୁଭାଷୀ ଶିକ୍ଷା ସହାୟକଙ୍କ ନିୟମିତ ପ୍ରସଙ୍ଗରେ ସଂଘ ବାରମ୍ବାର ବିଭାଗୀୟ ମନ୍ତ୍ରୀ ଏବଂ ସଚିବଙ୍କୁ ଲିଖତ ଆକାରରେ ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳି ପାରୁ ନାହିଁ । ଏହା ଫଳରେ ଶିକ୍ଷକ ମାନେ ଦରଦାମ ବୃଦ୍ଧି ସମୟରେ ମାତ୍ର ୮୦୯୬ / – ଟଙ୍କା ମାସିକ ପାରିଶ୍ରମିକ ପାଇ ମାନସିକ ଚାପରେ ପରିବାର ପ୍ରତିପୋଷଣ କରୁଛନ୍ତି । ସରକାର ତୁରନ୍ତ ଓଟିଇଟି ସି.ଟି ପାସ କରିଥିବା ଯୋଗ୍ୟ ଶିକ୍ଷା ସହାୟକଙ୍କୁ ନିୟମିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରୁ ବୋଲି ଜିଲ୍ଲା ବହୁଭାଷୀ ଶିକ୍ଷା ସହାୟକ ସଂଘ ଏକ ରାଲି ମାଧ୍ୟମରେ କାଳିପଡ଼ିଆରୁ ଆସି ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବି ପୂରଣ ନହେଲେ ଆଗାମୀ ଦିନରେ ସାରା ରାଜ୍ୟରେ ଏହି ଆନ୍ଦୋଳନ କୁ ଜୋରଦାର କରାଯିବ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

କେନ୍ଦୁଝରରୁ ମନୋଜ କୁମାର ବେହେରା।

Leave a Reply

Your email address will not be published. Required fields are marked *