ସହୀଦ ବାଜିରାଉତଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ “ବିପଦବନ୍ଧୁ ସେବା ସଂଗଠନ” ତରଫରୁ କିଛି ଛୋଟ ଛୋଟ ସ୍କୁଲ ପିଲାମାନଙ୍କୁ କିଛି ପୁସ୍ତକ ସାମଗ୍ରୀ ବଣ୍ଟନ

ଭଦ୍ରକ, ତିହିଡ଼ି – ତା ୦୫/୧୦/୨୧ରିଖ ଆଜି ସ୍ୱାଧୀନତା ସଂଗ୍ରାମୀ ସହୀଦ ବାଜିରାଉତଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ କୋଲ୍ହ, ବିପଦବନ୍ଧୁ ସେବା ସଂଗଠନ ତରଫରୁ ଅମରପୁର ଗ୍ରାମର ବଙ୍ଗାଳୀପଡା, ଓରଡ଼ା, ଅମରପୁର କଲୋନୀ କୋଲ୍ହ ଆଦି ଗ୍ରାମରେ କିଛି ଗରିବ ଛୋଟ ଛୋଟ ସ୍କୁଲ ପିଲାମାନଙ୍କୁ ଖାତା, ଯନ୍ତ୍ରବାକ୍ସ, ପେନ, ବିସ୍କୁଟ ଆଦି ସାମଗ୍ରୀ ପ୍ରଦାନ କରାଗଲା। ଏହି କାର୍ଯ୍ୟକ୍ରମଟିରେ ପାଖାପାଖି ୨୫ ଜଣ ଛୋଟ ଛୋଟ ସ୍କୁଲ ପିଲାଙ୍କୁ ପୁସ୍ତକ ସାମଗ୍ରୀ ପ୍ରଦାନ କରାଯାଇଅଛି।ଏହି ଛୋଟ ଛୋଟ ପିଲାମାନଙ୍କ ମଧ୍ୟରେ ବାରସର ପଂଚାୟତର ଶାରୀରିକ ଭିନକ୍ଷମ ଛାତ୍ର ଜଗନ୍ନାଥ ପାଣ୍ଡଵ, ସୁନିତା ଗୋଛାୟତ, ସତ୍ୟ ଜେନା, ସୁନୀଲ ମାଝୀ ରାଧାକାନ୍ତ ବାରିକ ସୌମ୍ୟରଂଜନ ପରିଡା ପ୍ରମୁଖ ସ୍କୁଲ ଛାତ୍ର ଅଂଶଗ୍ରହଣ କରିଥିଲେ,ଏହି ପବିତ୍ର କାର୍ଯ୍ୟକ୍ରମଟିକୁ ସଂଗଠନର ବରିଷ୍ଠ ମାର୍ଗଦର୍ଶକ ବିଚିତ୍ର ବାରିକ, ଜଣେ ଗରିବ ଅସହାୟର ସାଥି ନରହରି ନାୟକ(ହରି ଭାଇ)ଉପଦେଷ୍ଟା ରଞ୍ଜନ ଶୁକ୍ଳ, ଏବଂ ସଭାପତି କୈଳାଶ ସାହୁ, ସମ୍ପାଦକ ଅଲେଖ ଜେନା ଏବଂ କୋଷାଧକ୍ଷ ରାଜେୟ ବାରିକ ସୋସିଆଲ ମେଡିଆ ସଂଯୋଜକ ଲୋକନାଥ ପରିଡା, କୁଶକିଶୋର ବାରିକ,ବାପୁନ, ଜଗା, ବୁଲୁ ଆଦି ପ୍ରମୁଖ ସମାଜସେବୀ ପରିଚାଳନା କରିଥିଲେ।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *