ବିଜୁଳିର ବିଭିନ୍ନ ସମସ୍ୟା ନେଇ ଆପ୍ ର ଧାରଣା ପ୍ରଦର୍ଶନ
ଓଡ଼ିଶାରେ ଅହେତୁକ ବିଦ୍ୟୁତ୍ ଦର ବୃଦ୍ଧି ଓ ତ୍ରୁଟିପୂର୍ଣ୍ଣ ବିଦ୍ୟୁତ୍ ବିଲ୍ କୁ ବିରୋଧ ଏବଂ ଓଡ଼ିଶାର ବିଜୁଳି ଉପଭୋକ୍ତାଙ୍କୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିନା ଶୁଳ୍କ ରେ ନିରବିଛିଣ୍ଣ ବିଦ୍ୟୁତ୍ ଯୋଗାଣ ଦାବିରେ ଆମ୍ ଆଦମୀ ପାର୍ଟି ତରଫରୁ ପୁରୀ ରେଡକ୍ରସ ରୋଡ ସ୍ଥିତ ମୁଖ୍ୟ ବିଜୁଳି ଅଫିସ ସମ୍ମୁଖରେ ଆଜି (୦୪/୧୦/୨୦୨୧) ଦିନ ୧୦ ଟା ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଧାରଣା ପ୍ରଦର୍ଶନ କରାଯାଇଛି ।ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮ଦଫା ଦାବି ନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଙ୍କୁ ଏକ ଦାବିପତ୍ର ଦିଆଯାଇଛି । ଏହାର କପି ପୁରୀ ଜିଲ୍ଲାପାଳ ଏବଂ SDO ପୁରୀ ଇଲେକ୍ଟ୍ରିକାଲ ଡିଭିଜନ ଙ୍କୁ ଦିଆଯାଇଛି । ଓଡ଼ିଶାର ଶକ୍ତିମନ୍ତ୍ରୀ ଏବଂ OERC ଙ୍କୁ ଦାବିପତ୍ର କପି ପୋଷ୍ଟାଲ ମାଧ୍ୟମରେ ପଠା ଯିବ । ଏହି ଗଣ ଧାରଣାରେ ରେ ଆମ୍ ଆଦମୀ ପାର୍ଟି ଜିଲ୍ଲା ଆବାହକ ସଞ୍ଜୀବ କୁମାର ମହାନ୍ତି , ପବିତ୍ର ମୋହନ ଦଳାଇ (ସାମାଜିକ କର୍ମୀ) ,ସମୀର ସାମନ୍ତରାୟ (ଜିଲ୍ଲା ମିଡିଆ ସଂଯୋଜକ) , ଅନିଲ କୁମାର ସେନାପତି( ପୌର ପଳିକା ଅଧକ୍ଷ) , ସତ୍ୟଜିତ ମହାନ୍ତି (ଜିଲ୍ଲା ସାମାଜିକ ମିଡିଆ ଅଧକ୍ଷ) ,ବସିଷ୍ଟ ରଥ (ଜିଲ୍ଲା ସମ୍ପାଦକ ) ,ଅଭିଷେକ ପାଣିଗ୍ରାହୀ (କୋଷାଧ୍ୟକ୍ଷ) ,ରୁଦ୍ର ପଢ଼ିଆରି (ଆମ୍ ଆଦମୀ ପାର୍ଟି ଯୁବ ସଂଗଠକ ) ,ପ୍ରକାଶ ପ୍ରଧାନ ,ବିରଜା ପ୍ରସାଦ ନାଥ , ଦେବ ପଧାନ ,ଆକାଶ ପଟ୍ଟନାୟକ ,ଶିଶିର ପାଢ଼ୀ ,ରାଜେଶ ପଣ୍ଡା ,ସତ୍ୟ ପଟ୍ଟନାୟକ ,ଟୁଲୁ ପଣ୍ଡା ,ଆଦିତ୍ୟ ,ସନ୍ତୋଷ, ରବିନାରାୟଣ ଦାସ ,ଜିତେନ୍ଦ୍ର ,ରମେଶ ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।
