ଅବକାରୀ ବିଭାଗକୁ ବଡ ସଫଳତା, ପ୍ରଚୁର ପରିମାଣର ନକଲି ମଦ ସହ ଦୁଇ ଗିରଫ



ଭଦ୍ରକ- ଆଜି ଭଦ୍ରକ ଅବକାରୀ ବିଭାଗକୁ ବଡ଼ସଫଳତା ମିଳିଛି । ବାସୁଦେବପୁର ଅବକାରୀ ନିରୀକ୍ଷକଙ୍କ ମିଳିତ ଚଢ଼ାଉରେ ପ୍ରଚୁର ନକଲି ମଦ ଜବତ କରିବାରେ ସଫଳ ହୋଇଛି ।ଏହି ଚଢ଼ାଉ ଆଜି ସକାଳେ ବାସୁଦେବପୁର ଥାନା ଅନ୍ତର୍ଗତ ମାଛହାଟ ଛକ ଓ କୋଷ୍ଟ କେନାଲ ଛକ ନିକଟରୁ ୩୭ ଲିଟର ନକଲି ବିଦେଶୀ ମଦ ଓ 250 ଲିଟର ମହୁଲି ଦେଶୀ ମଦ ସହ ଗୋଟେ ଚାରିଚକିଆ କାର (ନମ୍ବର-OD05AT6875), ଗୋଟିଏ ଦୁଇ ଚକିଆ ହୋଣ୍ଡା ଶାଇନ ବାଇକ (ନମ୍ବର-OD01R6133) ଜବତ କରିଥିଲା ଅବକାରୀ ବିଭାଗ ।ଏହି ମିଳିତ ଚଢ଼ାଉରେ ଭଦ୍ରକ ଅବକାରୀ କାର୍ଯ୍ୟାଳୟ ରେଞ୍ଜ-2 ଓଆଇସି ଭବେଶ ଦାସ, ଭଦ୍ରକ ଭ୍ରାମ୍ୟମାଣ ଅବକାରୀ ନିରୀକ୍ଷକ ସ୍ଵାତି ପଟ୍ଟନାୟକ, ଅବକାରୀ ନିରୀକ୍ଷକ ଭଦ୍ରକ ରେଞ୍ଜ-2 କ୍ଷିତୀଶ ଦାସଙ୍କ ସହ ଅନ୍ୟ ସହଯୋଗୀମାନେ ସାମିଲ ଥିଲେ। ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ସୁଗ ବାସୁଦେବପୁରର ବିଶ୍ୱଜିତ ଧୁପାଳ,ଆରତୁଙ୍ଗ ବାସୁଦେବପୁରର ମୁକ୍ତିକାନ୍ତ ନାଥ ।ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ କହିଛନ୍ତି ନିରୀକ୍ଷକ ସ୍ଵାତି ପଟ୍ଟନାୟକ ।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *