ଥାନା ଓ କୋଟ୍ର ଡର ଦେଖାଇ ବୃଦ୍ଧଙ୍କ ଟଙ୍କା ଫାଙ୍କିଦେଲେ ଦଲିରୀ ଗାଁ ମୁଖିଆ
ଭଦ୍ରକ: ୭/୧୦:- ବୃଦ୍ଧଙ୍କୁ ଥାନାରେ ବହୁ କଷ୍ଟ ଦେଲା ପରେ ଡରାଇ ଧମକାଇ ନେଇଗଲେ ଟଙ୍କା। ସୂଚନାନୁଯାୟୀ ଓକିଲ ଖାଁ ବୟସ ୭୫, ଯିଏକି ଭଦ୍ରକ ପୁରୁଣାବଜାର ଗ୍ରାମର ବାସିନ୍ଦା। ଗତ ୨୯ ତାରିଖରେ ଘରୋଇ ଜମିବାଡ଼ି ବିବାଦକୁ ନେଇ ତାଙ୍କ ପୁତୁରା ମୋବାରିକ୍ ଖାଁ ପୁରୁଣାବଜାର ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍ ୩୦ ତାରିଖ ସକାଳୁ ବୃଦ୍ଧ ଓକିଲ ଖାଁ ଙ୍କୁ ଘରୁ ଉଠାଇଆଣିଥିଲା। ଗୋଟିଏ ଦିନ ଥାନାରେ ବହୁ ଯନ୍ତ୍ରଣା ପାଇଥିଲେ ବୃଦ୍ଧ ଜଣକ। ଓ ପରଦିନ ଥାନାରେ ଦଲାରି କରୁଥିବା ଜହୁର ନାମକ ବ୍ୟକ୍ତି ଓକିଲ ଖାଁ ଙ୍କ ପୁଅକୁ ଥାନାଵାଲା ୬୦୦୦ ଟଙ୍କା ମାଗୁଛନ୍ତି ବୋଲି କହିଥିଲେ। ଓ ଟଙ୍କା ନ ଦେଲେ ଜେଲ୍ ପଠାଇ ଦେବେ ବୋଲି କହିଥଲେ। ଧମକ୍ ନ ସହିପାରି ଓକିଲ ଖାଁ ଙ୍କ ପୁଅ ଜହୁର ନାମକ ବ୍ୟକ୍ତିଙ୍କୁ ୬୦୦୦ ନଗତ ରାଶି ଦେଇଥିଲେ। ଓ ଟଙ୍କା ପାଇଁ ଥାନା ଅଧିକାରୀ ବୃଦ୍ଧ ଙ୍କୁ ଛାଡିଥିଲେ। କିନ୍ତୁ ବିଚାରର କଥା ଏହିକି ଗୋଟିଏ ଗରିବ ବୃଦ୍ଧ ଲୋକକୁ ଧାମକାଇ ଲାଞ୍ଚ ମାଗିବା କେତେ ଜୁର୍ ଠିକ୍। ଟଙ୍କା ପାଇଁ ଜଣେ ୭୫ ବର୍ଷୀୟ ବ୍ୟକ୍ତିକୁ ଥାନାରେ ଅଟକ ରଖିବା ଓ ଟଙ୍କା ପାଇସାରିବା ପରେ ତାଙ୍କୁ ଥାନାରୁ ଛାଡିବା କେତେ ଦୂର୍ ଠିକ୍।ଏହାର ପ୍ରକୃତ ତଦନ୍ତ ଦାବିରେ ଗରିବ ଓକିଲ ଖାଁ ଓ ତାଙ୍କ ପରିବାର। ଏନେଇ ସପରିବାର ଭଦକ S.P ଙ୍କ ଦ୍ୱରାସ୍ତ ହୋଇ ତାଙ୍କ ଉପରେ ହୋଇଥିବା ଅନ୍ୟାୟକୁ ତଦନ୍ତ କରିବା ପାଇଁ SP ଙ୍କୁ ଅନୁରୋଧ କରିଛନ୍ତି।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
