ଆପ୍ ତରଫରୁ ଶାନ୍ତିପୂର୍ଣ ଧାରଣା ଏବଂ ପ୍ରତିବାଦ

** ଆସିକା ୨୪/୦୯/୨୦୨୪ ବ୍ରହ୍ମପୁର ଏସ ପି ଅଫିସ ସମ୍ମୁଖ ରେ ଶାନ୍ତି ପୂର୍ଣ୍ଣ ଧାରଣା ଏବଂ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଗତ 15 ତାରିଖ ରାତିରେ ଭୁବନେଶ୍ୱର ସ୍ଥିତ ଭରତପୁର ଥାନାରେ ଜଣେ ସେନା ଅଧିକାରୀ ଏବଂ ତାଙ୍କର ବାନ୍ଧବୀଙ୍କ ସହିତ ପୋଲିସ ଦ୍ୱାରା ଯେଉଁପରି ଅତ୍ୟାଚାର କରାଗଲା ତାହା ଓଡ଼ିଶାରେ ମୋହନ ମାଝୀ ସରକାରଙ୍କ ଶାସନ ବ୍ୟବସ୍ଥା ହୁଗୁଳି ଯାଇଛି ବୋଲି ପ୍ରମାଣିତ କରୁଛି l ଏ ପ୍ରକାର ଭୟଙ୍କର ପ୍ରତାଡନା ଏବଂ ଜଣେ ମହିଳାଙ୍କୁ ଥାନାରେ ଉଲଗ୍ନ କରି ଥାନା ଅଧିକାରୀ ବାଡେଇବା ଘଟଣା ଲଗାମ ଛଡା ଶାସନ ବ୍ୟବସ୍ଥାରେ ପୋଲିସର ଦୌରାତ୍ମର ନମୁନା ଅଟେ l ଯଦି ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଏପରି ଘଟଣା ଘଟୁଛି, ତେବେ ଓଡ଼ିଶାର ଉପାନ୍ତ ଅଂଚଳର ଅବସ୍ଥା କିପରି ଥିବ ଅନୁମାନ କରାଯାଇପାରେ l ପୋଲିସର ଏହି ମାତ୍ରାଧିକ ଅମାନବୀୟ କାର୍ଯ୍ୟକୁ ଆମ୍ ଆଦ୍‌ମୀ ପାର୍ଟି ତରଫରୁ ତୀବ୍ର ନିନ୍ଦା କରି *24-09-2024* *ମଙ୍ଗଳବାର ଦିନ 11 ଘଣ୍ଟା* *ସମୟରେ ବ୍ରହ୍ମପୁର* *ପୋଲିସ* *ଆରକ୍ଷୀ କାର୍ଯ୍ୟାଳୟ* ସମ୍ମୁଖରେ ଜିଲ୍ଲା ସଭାପତି ସୁବାଷ ରାଉତଙ୍କ ନେତୃତ୍ୱରେ ଶାନ୍ତିପୂର୍ଣ ଧାରଣା ଏବଂ ପ୍ରତିବାଦ କରାଯାଇ ପୋଲିସ ଆରକ୍ଷୀଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା lକେବଳ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କୁ ସସ୍ପେଣ୍ଡ କଲେ ଚଳିବନି l ଘଟଣା ଉପରେ ଉଚ୍ଚ ନ୍ୟାୟଳୟ ଦ୍ୱାରା ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବା ଆବଶ୍ୟକ ବୋଲି ଆମ୍ ଆଦ୍‌ମୀ ପାର୍ଟି ନେତା ଆଦିତ୍ୟ ନାରାୟଣ ରଥ ନିଜ ବକ୍ତବ୍ୟ ରଖିଥିଲେ l କାର୍ଯ୍ୟକ୍ରମରେ *ସୁବାଷ ରାଉତ, ଆଦିତ୍ୟ ନାରାୟଣ ରଥ, ଅଜାମ୍ବିଳ ବିଶ୍ୱାଳ, ନିଭାସ୍ମିତା ପ୍ରଧାନ, ରିତୁ ସେଠୀ, ପଦ୍ମନାଭ ମହାରଣା, କୈଳାଶ ସେଠୀ, ସତ୍ୟପ୍ରକାଶ ସେଠୀ, ବିଷ୍ଣୁ ରଣା,ସୁନୀଲ ଆଚାର୍ଯ୍ୟ, ଅଭିମନ୍ୟୁ ଦଳାଇ, ସୁଦର୍ଶନ ମଲ୍ଲିକ, କାଳୀ ଦାସ, ରଞ୍ଜନ କୁମାର ରାଉତ,ଶ୍ୟାମଘନ ଗୌଡ଼, ରାମଚନ୍ଦ୍ର ବାରିକ, ନିରଞ୍ଜନ ପାତ୍ର, ହାକିମ ଖାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ l*

Leave a Reply

Your email address will not be published. Required fields are marked *