ଭଦ୍ରକ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଡ଼ିଜି ବ୍ୟବସ୍ଥା ନ ଥିବା ହେତୁ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି

ଭଦ୍ରକ :୭/୧୦:- ଏହି ଦୃଶ୍ୟ ଗତକାଲି ର ସମୟ ସକାଳ ୧୦ ଟା ଭଦ୍ରକ ଜିଲ୍ଲା ଡାକ୍ତରଖାନା ଟିକେଟ କାଉଣ୍ଟର ରେ ଲମ୍ବା ଧାଡ଼ି ଲାଗିଥାଏ ଜୋରଦାର ଭିଡ଼ ଟିକେଟ କାଉଣ୍ଟରରେ ଟିକେଟ କଟା ଚାଲିଥାଏ । ମୁଁ ବି ଜଣେ ରୋଗୀ ଙ୍କୁ ନେଇ ଯାଇ ପହଞ୍ଚିଲି ଆଉ ରୋଗୀକୁ ବସେଇ ଦେଈ ମୁଁ ବି ଧାଡ଼ି ରେ ଠିଆ ହେଇଗଲି । ହଟାତ୍ ଆଖି ପଡ଼ିଲା ଗୋଟେ କୁନି ପିଲା ଟି ଟିକେଟ କାଉଣ୍ଟର ସାମ୍ନା ରେ ପଡ଼ିଥିବା ଚେୟାର ଉପରେ ଶୋଇଛି । ଆଉ ତା ମା କାନ୍ଦ କାନ୍ଦ ମୁଁହ ରେ ଧାଡ଼ି ରେ ଠିଆ ହେଇଛି । ଆଉ ମଝିରେ ମଝିରେ ଯାଇ ଟିକେଟ କାଉଣ୍ଟର ରେ କର୍ମଚାରୀ ଙ୍କୁ କହୁଥାଏ ସାର୍ ଗୋଟେ ଟିକେଟ ଦିଅନ୍ତୁ ମୋ ପୁଅ ଦେହ ଭଲ ନାହିଁ । ସେ କହୁ ଥାଆନ୍ତି ତୁମେ ଲାଇନ ରେ ଆସ ନହେଲେ ଦେଇ ହେବ ନାହିଁ । ଠିକ୍ ୫ ମିନିଟ୍ ପରେ ପାୱାର କଟ ହେଲା ପୁଣି ସେ ମା ଟି ଆଉ ଥରେ ସେ ଟିକେଟ କାଉଣ୍ଟର କର୍ମଚାରୀ ପାଖକୁ ଗଲେ । ଆଉ କହିଲେ ସାର୍ ଗୋଟେ ଟିକେଟ ଦିଅନ୍ତୁ । କର୍ମଚାରୀ କୁକୁର ମାଙ୍କଡ ପରି କହୁଛନ୍ତି ମୁଁ ଦେଇପାରିବି ନାହିଁ ପାୱାର ନାହିଁ କହାକୁ କଣ କହିବ ଯାଅ । ଏତିକି କହି ନିଜ ମୋବାଇଲ ଚଲେଇବା ରେ ବ୍ୟସ୍ତ ରହିଗଲେ । ହେଲେ ସେ ମା ଟିକେଟ କାଉଣ୍ଟର ରୁ ପିଲା ପାଖକୁ ଯିବା ଆସିବା କରୁଥାଏ । ମୁଁ ଏଇ ଦୃଶ୍ୟ ଦେଖି ଦେଖି ଯାଇ ମା ଙ୍କୁ ପଚାରିଲି କଣ ହେଇଛି ମାଆ ସେ କାନ୍ଦି କାନ୍ଦି କହିଲେ ୧ ଘଣ୍ଟେ ହେଲା ଧାଡି ରେ ଠିଆ ହେଇଛି ମୋ ପୁଅ କୁ ପ୍ରବଳ ଜର ଡକ୍ଟର ଦେଖିବି ବୋଲି ଟିକେଟ କାଉଣ୍ଟର ରେ ଦେଉ ନାହାଁନ୍ତି । ମୁଁ କହିଲି ହଉ ମା ଆସ ଦେଖିବା କହିବା ଆଉ ଥରେ ମୁଁ ବି ଯାଇ ଟିକେଟ କାଉଣ୍ଟର ରେ କହିଲି ଭାଈ ଗୋଟେ ଟିକେଟ ଦିଅନ୍ତୁ ତାଙ୍କ ପୁଅ କୁ ପ୍ରବଳ ଜର ସେ ଡକ୍ଟର ଦେଖିବେ । ସେ ମୋତେ ଉତ୍ତର ରଖିଲେ ପାୱାର ନାହିଁ ମୁଁ କେମିତି ଦେବି ମୁଁ କହିଲି ହାତରେ ଗୋଟେ ଲେଖିକି ଦେଇ ଦିଆ । ଆଉ ଆପଣଙ୍କର ଡ଼ିଜି ବ୍ୟବସ୍ଥା ନାହିଁ କି ସେ କହିଲେ ନା ନାହିଁ ଯାହା ଅଭିଯୋଗ ଅଛି ସିଡିଏମଓ ସାର୍ଙ୍କୁ କୁହନ୍ତୁ । ମୁଁ କହିଲି ହଉ ଏବେ ଯାଇ କହିବି କିନ୍ତୁ ଟିକେଟ ଗୋଟେ ଦିଅନ୍ତୁ ଲେଖିକି ଯାହା ହେଉ କଥା ରଖିକି ଗୋଟେ ଟିକେଟ ଦେଲେ । ତା ପରେ ସିଧା ଗଲୁ ସିଡିଏମଓ ସାର୍ ଙ୍କ ଅଫିସ କୁ ହେଲେ ଗତକାଲି ମହାଳୟା ଥିବାରୁ ସାର୍ ଛୁଟି ରେ ଥିଲେ । ସାର୍ଙ୍କୁ ଫୋନ୍ କଲ କିଛି ନେଟୱର୍କ ଯୋଗୁଁ ଯୋଗାଯୋଗ ହୋଇ ପାରିଲା ନାହିଁ ।

ପରିତାପ୍ ର ବିଷୟ କି ଭଦ୍ରକ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ପାୱାର କଟ ହେଲେ ଡ଼ିଜି ବ୍ୟବସ୍ଥା ନାହିଁ ବୋଲି ଚିକିତ୍ସାଳୟ କର୍ମଚାରୀ କହୁଛନ୍ତି । ଆମେ କାହା ଆଗରେ ଭଦ୍ରକ ବାସୀ ଭାବେ ଗର୍ବିତ ବୋଲି କହିପାରିବା ତ ?

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *