ଜଙ୍ଗଲରେ ପଶୁ ପକ୍ଷୀଙ୍କ ନିମନ୍ତେ ଆବଶ୍ୟକ ଫଳ ବୃକ୍ଷ ଲଗାଯାଉ

ଜଙ୍ଗଲରେ ପଶୁ ପକ୍ଷୀଙ୍କ ନିମନ୍ତେ ଆବଶ୍ୟକ ଫଳ ବୃକ୍ଷ ଲଗାଯାଉ : *ସୋରଡ଼ା ବିଧାନ ସଭା ମଣ୍ଡଳୀ ଅନ୍ତର୍ଗତ ବିକାଶ ମୂଳକ ବୈଠକ ।ଛତ୍ରପୁର ତା ୨୬.୦୯.୨୪ ସୋରଡ଼ା ବିଧାନ ସଭା ମଣ୍ଡଳୀ ଅନ୍ତର୍ଗତ ବିକାଶ ମୂଳକ କମିଟି ପକ୍ଷରୁ ବେଲଗୁଣ୍ଠା ବ୍ଲକ୍ ସଭା ଗୃହ ପରିସରରେ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କ ଗହଣରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଧାୟକ ସମସ୍ତ ବିଭାଗର ଜନ ହିତକର ଉନ୍ନୟନ ମୂଳକ କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ। ପୂର୍ବାହ୍ନ ସମୟରୁ ଆରମ୍ଭ ହୋଇଥିବା ପୁଙ୍ଖାନୁପୁ୍ଖ ଆଲୋଚନା ସଂଧ୍ୟା ପର୍ଯ୍ୟନ୍ତ ଚାଲିଥିଲା। ନିର୍ବାଚନ ମଣ୍ଡଳୀ ଅଧୀନ ରେ କାର୍ଯ୍ୟକାରୀ ସମସ୍ତ ବିକାଶ କାର୍ଯ୍ୟ ଯେପରି ସଠିକ ଭାବେ ଅନୁପାଳନ ହେବ ସେହି ଦିଗରେ ଗୁରୁତ୍ବ ଦେବା ନିମନ୍ତେ ସମସ୍ତ ଅଧିକାରୀଙ୍କୁ ଜଣାଇଥିଲେ। ଆଲୋଚନା ଅବସରରେ ବିଧାୟକ ଜଣାଇଥିଲେ ଯେ, ମଣିଷ ମାନଙ୍କ ନିମନ୍ତେ ଯେମିତି ଖାଦ୍ୟ ଆବଶ୍ୟକ ରହିଛି ଠିକ ସେମିତି ପଶୁ ପକ୍ଷୀଙ୍କ ସକାଶେ ଖାଦ୍ୟ ଯୋଗାଇବା ଦିଗରେ ପଦକ୍ଷେପ ଗ୍ରହଣ ହେବା ଜରୁରୀ, ପଶୁ ପକ୍ଷୀ ଜଙ୍ଗଲରେ ବିଚରଣ କରିବେ, ସେମାନଙ୍କର ବଞ୍ଚି ରହିବା ସହଜ ସାଧ୍ୟ ହେବ। ତେଣୁ ଜଙ୍ଗଲ ମଧ୍ୟରେ ଫଳ ଜାତୀୟ ଫଳ ବୃକ୍ଷ ଅଧିକା ଲଗାଇବାକୁ ଯୋଜନା କରିବାକୁ ଜଙ୍ଗଲ ବିଭାଗକୁ ଜଣାଇ ଥିଲେ। କୃଷକଙ୍କ ବିକାଶରେ ଦେଶର ବିକାଶ ହେବ। ଅଣଧାନ ଚାଷ ପ୍ରତି ଦୃଷ୍ଟି ଦେଲେ ଚାଷୀ ଅଧିକା ଉପକୃତ ହେବେ। ବିଭିନ୍ନ ଜାତିର ଚାଷ ଦିଗରେ କୃଷକ ମାନଙ୍କୁ ପ୍ରଶିକ୍ଷଣ ହେବା ଜରୁରୀ । ଜିଲ୍ଲାରୁ ଦାଦନ କମାଇବାକୁ ହେଲେ ବିଭିନ୍ନ ପ୍ରକାର ପନିପରିବା, ଫଳ, ଫୁଲ ଚାଷ ଦିଗରେ ଉତ୍ସାହିତ କରି ସେଗୁଡ଼ିକର ରକ୍ଷଣା ବେକ୍ଷଣ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ନେଇ ଯୋଜନା କରିବାକୁ ଜଣାଇଥିଲେ। ଚାଷ ଜମି ମାଟିର ଉର୍ବରତା ବଢ଼ାଇବା ପାଇଁ ଜୈବସାର ବ୍ୟବହାର ଦିଗରେ ପଦକ୍ଷେପ ଗ୍ରହଣ କରନ୍ତୁ। ନଚେତ ୟୁରିଆ ର ବହୁଳ ବ୍ୟବହାର ଆଗାମୀ ଦିନରେ ଅନେକ ଅଜଣା ରୋଗରେ ଶିକାର ହେବାକୁ ପଡ଼ିବ। ତେଣୁ ବର୍ତ୍ତମାନ୍ ଠାରୁ ସତର୍କ ରହିବାକୁ ପଡିବ। ହିତାଧିକାରୀଙ୍କୁ ହରିଶ୍ଚନ୍ଦ୍ର ଯୋଜନା ପ୍ରଦାନ କରାଯାଏ ତେବେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ଯୋଗାଣ ଭଳି ଅନେକ ଯୋଜନାର ବାଟ ମାରଣାକୁ ରୋକିବା ସମ୍ଭବ ହୋଇପାରିବ। ଆଳୁ, ଟମାଟୋ ଭଳି ଅନେକ ଖାଦ୍ୟ ମହଜୁଦ କରି ରଖିବା ନିମନ୍ତେ କୋଲ୍ଡ ଷ୍ଟୋର ର ବ୍ୟବସ୍ଥା ହେଲେ ପନିପରିବା ଦର ନିୟନ୍ତ୍ରଣ ରହିବ ଏହା ଦ୍ୱାରା ଜିଲ୍ଲାବାସୀ ଉପକୃତ ହୋଇ ପାରିବେ। କୃଷି, ସ୍ୱାସ୍ଥ୍ୟ, ରାସ୍ତା ଓ କୋଠାବାଡ଼ି, ଜଙ୍ଗଲ, ଶିକ୍ଷା, ପାନୀୟ ଜଳ ଯୋଗାଣ, ଶକ୍ତି, ମତ୍ସ୍ୟ ଓ ପ୍ରାଣସମ୍ପଦ, ଜଳ ସମ୍ପଦ, ଶ୍ରମିକ କଲ୍ୟାଣ, ଶିଳ୍ପ, ଅନୁସୂଚିତ ଜାତି ଓ ଜନଜାତି, କ୍ରୀଡ଼ା, ସଂସ୍କୃତି, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଇତ୍ୟାଦି ବିଭାଗ ବିଷୟରେ ସବିଶେଷ ଆଲୋଚନା ହୋଇଥିଲା। ଜିଲ୍ଲା ଯୋଜନା ବିଭାଗ ଅଧୀନରେ ଅନୁଷ୍ଟିତ ଏହି ବୈଠକରେ ବେଲଗୁଣ୍ଠା ପଞ୍ଚାୟତ ସମିତି ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ,ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହ ଅଧିକାରୀ, ଜିଲ୍ଲା ପରିଷଦ ମଧୁମିତା, ଭଞ୍ଜନଗର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ, ଜିଲ୍ଲା ଶିଳ୍ପ ପ୍ରତିଷ୍ଠାନ ପରିଚାଳକ ହୃଷୀକେଶ ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି ବୈଠକଟିକୁ ଉପନିର୍ଦେଶକ ( ଯୋଜନା ଓ ପରିସଂଖ୍ୟାନ) ଅଶୋକ କୁମାର ଦାସ ପରିଚାଳନା କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗଞ୍ଜାମ, ଛତ୍ରପୁର

Leave a Reply

Your email address will not be published. Required fields are marked *