ରତ୍ନଭଣ୍ଡାର ଓପନ ଡିମାଣ୍ଡ
ପୁରୀ:-ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ସ୍ବର୍ଣ୍ଣ ଅଳଙ୍କାର ସୁରକ୍ଷିତ କି ନୁହେଁ?କଣ ପାଇଁ ଏଯାଏଁ ଏହା ଖୋଲାଯାଉନି।ଏହି ପ୍ରଶ୍ନ ନେଇ ଆଜି ଯୁବ କଂଗ୍ରେସ ପକ୍ଷରୁ ଶୋଭାଯାତ୍ରା ସହ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦିଆଯାଇଛି।ସାଢେ ଚାରି କୋଟି ଓଡ଼ିଆଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ଶ୍ରୀମନ୍ଦିର।ଦୀର୍ଘ ୩୦ବର୍ଷ ହେବ ଏହା ଖୋଲାଯାଇନି।ଭିତର ରତ୍ନଭଣ୍ଡାରର ଦୁଇଟି ବିମ ଫାଟି ଖରାପ ଅଛି।ଭିତର ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ଗଠିତ ଜଷ୍ଟିସ ରଘୁବୀର ଦାସ କମିଶନ ରିପୋର୍ଟ ଏଯାବତ ସାର୍ବଜନୀନ କରାଯାଇନାହିଁ।ଶ୍ରୀମନ୍ଦିର ସତ୍ଵଲିପି ଅନୁଯାୟୀ ଅନୁଯାୟୀ ପ୍ରତି ୩ ବର୍ଷରେ ଥରେ ରତ୍ନଭଣ୍ଡାର ଯାଞ୍ଚ ଓ ସ୍ବର୍ଣ୍ଣ ଅଳଙ୍କାର ଗଣତି ହେବା କଥା।ଆସନ୍ତା ୨୧ଦିନ ମଧ୍ୟରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ନେଇ ରାଜ୍ୟ ସରକାର କୌଣସି ପ୍ରତିକ୍ରିୟା ନରଖିଲେ ପୁରୀ ବନ୍ଦ ଡାକରା ଦିଆଯିବା ନବୀନ ନିବାସ ଘେରାଉ କରାଯିବ ବୋଲି ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି।
