ପୁଅକୁ ଆରୋଗ୍ୟ କରିବାପାଇଁ ବିଧବା ମାଆର ଆକୁଳ ନିବେଦନ
ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ କଟସାହି ପଞ୍ଚାୟତ ବେଲମାଛକ ଜଗନ୍ନାଥ ପୁର ଗ୍ରାମ ଭଜହରି ଜେନାନାମକ ଜଣେ ଯୁବକ ଗଭୀର ରୋଗ ରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଯାହାଙ୍କ ର ବାପା ଜଗବନ୍ଧୁ ଜେନା ମୃତ ,ସାନ ଭାଇ ବୁଦ୍ଧୀରାମ ଜେନା ମଧ୍ୟ ମୃତ ଏବଂ ତାଙ୍କର ବୁଢ଼ୀ ମା ଜାଡ଼ି ଜେନା ଯିଏ କି ଏକମାତ୍ର ରୋଗୀର ଭରସା ବାର୍ଧ୍ୟକ୍ୟ ଅବସ୍ଥାରେ ମଧ୍ୟ ଘର ଘର ବୁଲି ମୂଲ ଲାଗି ରୋଗୀ ପୁଅ ର ଚିକତ୍ସା ଓ ପେଟ ପୋଷୁଛନ୍ତି ବହୁତ କଷ୍ଟ ରେ ନିଜ ଜୀବନ ବିତାଉଛନ୍ତି ମା ଓ ରୋଗୀ ପୁଅ।ଭଗବାନଙ୍କ ଭରସାରେ ନିଜ ରୋଗୀ ପୁଅ ର ଚିକିତ୍ସା କରାଉଛନ୍ତି ଏତେ ଅଭାବ ଭିତରେ ମଧ୍ୟ ନିଜ ରୋଗକ୍ରାନ୍ତ ପୁଅକୁ କଟକ ବଡ଼ ଡ଼ାକ୍ତରଖାନା ପର୍ଯ୍ୟନ୍ତ ନେଇକି ଯାଇଥିଲେ ସେଠାରେ ଡାକ୍ତର ପରାମର୍ଶ ପରେ ଜାଣିଲେ ଯେ ରୋଗୀ ଭଜହରି ଲିଭର ଜନିତ ରୋଗ ରେ ପୀଡିତ ।ଆଗକୁ ତାଙ୍କୁ ଚିକିତ୍ସା କରିବା ନିମନ୍ତେ ଅଧିକ ଅର୍ଥ ଆବଶ୍ୟକ ଯାହାକି ତାଙ୍କ ମା ଙ୍କ ପକ୍ଷ ରେ ଅସମ୍ଭବ। ତାଙ୍କ ମା ଙ୍କ ର ଏତିକି ଗୁହାରି ସରକାରଙ୍କ ନିକଟରେ ଓ ଜିଲ୍ଲା ପ୍ରଶାସନ ତାଙ୍କ ରୋଗୀ ପୁଅର ଚିକିତ୍ସାରେ ସାହାଯ୍ୟ କରିଲେ ଗୋଟେ ଅସହାୟ ମା ପାଖକୁ ତା ପୁଅ ଫେରି ଆସିବା।ସରକାରଙ୍କ ପାଖେ ଏତିକି ନିବେଦନ ରୋଗୀ ଭଜହରି ଜେନାଙ୍କ ଚିକିତ୍ସାରେ ସାହାଯ୍ୟ କରି ତାଙ୍କୁ ସୁସ୍ଥ କରେଇଦିଅନ୍ତୁ ବୋଲି ଆକୁଳ ନିବେଦନ କରିଛନ୍ତି।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
