ପରଜଙ୍ଗ ଥାନା ମାମଲା ସଂଖ୍ୟା ୪୦୮
ଗତ ୭ ତାରିଖ ରାତିରେ, ଏକ ବିଶେଷ ସୂତ୍ର ରୁ ଖବର ପାଇ ପରଜଙ୍ଗ ଥାନା ଓ ମହାବିରୋଡ଼ ପୋଲିସ ଫାଣ୍ଡି ପୋଲିସ ସେଇ ଫାଣ୍ଡି ଅନ୍ତର୍ଗତ ବାମ ଗ୍ରାମର ଭୁତୁଭୁତିଆ ସାହିର ମଙ୍ଗୁଲୁ ମହାରଣାଙ୍କ ଘରେ ଚଢ଼ାଉ କରି ଏକ ଦେଶୀ ବନ୍ଧୁକ ତିଆରି କାରଖାନାକୁ ଠାବ କରିଛନ୍ତି।
ସେଠୁ ସମ୍ପୂର୍ଣ୍ଣ ତିଆରି ବନ୍ଧୁକ, ଅଧା ତିଆରି ବନ୍ଧୁକ, ଲୁହ ଓ କାଠ ସାମଗ୍ରୀ, ବନ୍ଧୁକ ତିଆରି ଯନ୍ତ୍ରପାତି ଆଦି ଜବତ କରାଯାଇଛି।
ଏହି କାରଖାନା ଚଳାଉ ଥିବା ମଙ୍ଗୁଲୁ ମହାରଣା , ପିତା- ✓ ନିତନ ମହାରଣା , ଗ୍ରାମ-ବାମ ଭୁତୁଭୁତିଆ ସାହିକୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଉଛି। ଏହି କାରଖାନାରୁ ବନ୍ଧୁକ ତିଆରି କରି ସେ ବାହାରେ ବିକ୍ରି କରୁଥିଲେ।
