ନୟାଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ସୃଜନ ହଲରେ ଜିଲ୍ଲା ସ୍ତରୀୟ 70 ତମ ବନ୍ୟପ୍ରାଣୀ ସପ୍ତାହ
2024 ନୟାଗଡ ମହାନଦୀ ବନ୍ୟପ୍ରାଣୀ ଡି. ଏଫ.ଓ ଫାଲଗୁନି ପାର୍ଥସାରଥୀଙ୍କ ପ୍ରତ୍ୟେକ୍ଷ ସୁପରିଚାଳନାରେ ଶାନ୍ତି ଶୁଙ୍ଖଳାର ସହ ଅନୁଷ୍ଠିତ ହୋଇ ଯାଇଛି |ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଶା ବିଧାନ ସଭାର ବାଚସ୍ପତି ସୁରମା ପାଢ଼ୀ ବନ୍ୟଜନ୍ତୁ ଙ୍କର ସୁରକ୍ଷା ପାଇଁ କେବଳ ବିଭାଗ ନୁହେଁ ବିଭାଗ ସମେତ ସାଧାରଣ ଜନତାଙ୍କ ସହଯୋଗର ଆବଶ୍ୟକତା ଗୁରୁତ୍ୱପୂର୍ଣ୍ଣ ବୋଲି ନିଜର ବକ୍ତବ୍ୟ ରଖିଥିଲେ |ଏଥିରେ ସମ୍ମାନିତ ଅତିଥିଭାବେ କନ୍ଧମାଳ ଏମପି ସୁକାନ୍ତ ପାଣିଗ୍ରାହୀ, ଜିଲ୍ଲାପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ,ଦଶପଲ୍ଲା ବିଧାୟକ ରମେଶ ବେହେରା,ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ଅତିରିକ୍ତ ଏସ୍ପି ସନାତନ କାଲୋ, ଟେରିଟୋରି ଡି. ଏଫ. ଓ କ୍ଷମା ଷଡ଼ଙ୍ଗୀ, ଉପଜିଲ୍ଲାପାଳ କର୍ଣ୍ଣଧାର ସମ୍ମାଦାର ପ୍ରମୁଖ ଯୋଗଦେଇ ଜଙ୍ଗଲ ସୁରକ୍ଷା ସହ ବନ୍ୟପ୍ରାଣୀଙ୍କ ସୁରକ୍ଷା ନିମିତ୍ତ ସାମଗ୍ରିକ ସହମତି ଉପରେ ଗୁରୁତ୍ୱାରୋପ କରିଥିବାବେଳେ ମୁଖ୍ୟ ବକ୍ତା ଭାବେ ପୂର୍ବତନ ମନ୍ତୀ ତଥା ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ବନ୍ୟପ୍ରାଣୀଙ୍କ ସୁରକ୍ଷା ନିମିତ୍ତ ସବୁ ବର୍ଗର ଜନସାଧାରଣ ସଚେତନ ହେବା ସହ ମଣିଷ ପରି ବନ୍ୟପ୍ରାଣୀଙ୍କୁ ସମସ୍ତେ ସକାରାତ୍ମକ ଦୃଷ୍ଟିରେ ଦେଖିବା ଉଚିତ ବୋଲି ନିଜର ସରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମରେ ଡିଏଫଓ କ୍ଷମା ଷଡ଼ଙ୍ଗୀ ପୌରହିତ୍ୟ କରିଥିଲେ |ତେବେ ବନ୍ୟପ୍ରାଣୀ ସପ୍ତାହ ଅବସରରେ ଅନୁଷ୍ଠିତ ପ୍ରତିଯୋଗିତାରେ କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସହ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଉତ୍ସର୍ଗୀକୃତ କାର୍ଯ୍ୟ କରିଥିବା ପ୍ରକୃତି ବନ୍ଧୁ ମାନଙ୍କୁ ଆର୍ଥିକ ପୁରସ୍କାର ସହ ବ୍ୟକ୍ତି ବିଶେଷ, ଅନୁଷ୍ଠାନକୁ ବିଭାଗ ତରଫରୁ ପୁରସ୍କୃତ କରା ଯାଇଥିଲା |ଏହି ପରିପ୍ରେକ୍ଷୀରେ ବହୁ ସମାଜସେବୀ,ଜିଲ୍ଲା ପରିଷଦ ସଭ୍ୟ, ନିର୍ବାଚିତ ଜନ ପ୍ରତିନିଧି,ପରିବେଶବିତ, ଜଙ୍ଗଲପ୍ରେମୀ, ବିଭାଗୀୟ ଅଧିକାରୀ, କର୍ମଚାରୀଙ୍କ ସମେତ ବହୁ ଜନସାଧାରଣ ଉପସ୍ଥିତ ଥିଲେ ତେବେ ଟାଉନ ରେଞ୍ଜର ଅଶୋକ ବିଶ୍ୱାଳଙ୍କ ସମେତ ଅନ୍ୟାନ୍ୟ ଜଙ୍ଗଲ ବିଭାଗୀୟ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ଅନୁଷ୍ଠିତ ହୋଇଥିଲା |
