ପାଠ୍ୟ ପୁସ୍ତକରେ ଶହୀଦ ମାନଙ୍କ ବିଷୟ ପଢ଼ାଯିବାକୁ ଦାବୀ ଶହୀଦ ବାଜି ରାଉତ ସ୍ମୃତି ସଭା

ବ୍ରହ୍ମପୁର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ସ୍ୱାଧୀନତା ସଂଗ୍ରାମର ସର୍ବକନିଷ୍ଠ ଯୋଦ୍ଧା ତଥା ଶହୀଦ ବାଜି ରାଉତଙ୍କ ୯୮ତମ allଜୟନ୍ତୀକୁ ଯଥା ସମ୍ମାନର ସହ ପାଳନ ହୋଇଯାଇଛି l ବାଜି ରାଉତଙ୍କ ଉଧେଶ୍ୟରେ ସମିତି ସମ୍ପାଦକ ଏସ.ଶାମ୍ବାଶିବା ରାଓଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତି ସଭା ସ୍ଥାନୀୟ ବିଜିପୁର କମ୍ୟୁନିଟି ହଲ ଠାରେ ଆୟୋଜିତ ହୋଇଯାଇଛି l ଢେଙ୍କାନାଳ ଜିଲ୍ଲାର ନୀଳକଣ୍ଠପୁର ଗ୍ରାମରେ ୧୯୨୬ମସିହା ଅକ୍ଟୋବର ୫ ତାରିଖରେ ବାଜି ରାଉତ ଜନ୍ମ ଗ୍ରହଣ କରିଥିଲେ l ରାଜାର ଅତ୍ୟାଚାର ବିରୁଦ୍ଧରେ ଢେଙ୍କାନାଳର ଗାଁ ଗାଁ ରେ ପ୍ରଜା ବିଦ୍ରୋହ ଦେଖାଦେଇ ପ୍ରଜା ମଣ୍ଡଳ ଗଠନ କରାଯାଇଥିଲା l

ପ୍ରଜାମଣ୍ଡଳର ନିର୍ଧେଶ କ୍ରମେ ବାଳକ ବାଜି ରାଉତ ସଶସ୍ତ୍ର ବ୍ରିଟିଶ ସେନାବାହିନୀକୁ କଦାପି ବ୍ରାହ୍ମଣୀ ନଦୀ ପାର କରିବ ନାହିଁ ବୋଲି ରୋକଠୋକ ବ୍ରିଟିଶକୁ ଶୁଣାଇଦେଇଥିଲା l ନିର୍ଭୀକ ଓ ସାହସୀ ଭାବେ ବ୍ରିଟିଶକୁ ଜବାବ ଦେଇଥିବା ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତ ଚିର ସ୍ମରଣୀୟ l ଆଜିର ଛାତ୍ର ଓ ଯୁବ ସମାଜଙ୍କ ମଧ୍ୟରେ ଦେଶ ପ୍ରେମ ଓ ସାମାଜିକ ଦାୟିତ୍ୱବୋଧ ଜାଗ୍ରତ କରିବା ପାଇଁ ହେଲେ ଦେଶ ପାଇଁ ଜୀବନ ଦେଇଥିବା ଶହୀଦ ମାନଙ୍କ ସମ୍ପର୍କରେ ପାଠ୍ୟ ପୁସ୍ତକରେ ପଢ଼ାଯିବା ସହ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ମହାମନୀଷୀ ମାନଙ୍କ ସମ୍ପର୍କରେ ଆଲୋଚନା ହେବା ଆବଶ୍ୟକ ବୋଲି ଆଜିର ସଭାରେ ମତବ୍ୟକ୍ତ ପାଇଛି l ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ପଙ୍କଜ କୁମାର ନାୟକ, ବିଜୟ ଚନ୍ଦ୍ର ବିଶୋଇ, ସନ୍ତୋଷ କୁମାର ପାତ୍ର, ଆପ ର ନେତା ଆଦିତ୍ୟ ରଥ, ଅବନୀ ଗୟା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l

Leave a Reply

Your email address will not be published. Required fields are marked *