ସରପଞ୍ଚଙ୍କୁ ରାଜନୈତିକ କାରଣରୁ ମରଣାନ୍ତଙ୍କ ଆକ୍ରମଣ
ଭଦ୍ରକ :୯/୧୦: ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖପରପଦା ଗ୍ରାମପଞ୍ଚାୟତ ସରପଞ୍ଚ ଗୟାଧର ନାୟକ ଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ସୂଚନା ମିଳୁଛି।ସ୍ଥାନୀୟ ଲୋକ ଓ ପରିବାର ଙ୍କ ସୂଚନା ଅନୁସାରେ ରାଜନୈତିକ କାରଣ ରୁ ଏପରି ଏକ ମରଣାନ୍ତକ ଆକ୍ରମଣ କରାଯାଇଛି।ସୂଚନା ଅନୁସାରେ ଗତ କାଲି ତା୭/୧୦/୨୧ ରିଖ ବିଳମ୍ବିତ ରାତିରେ ସରପଞ୍ଚ ପଞ୍ଚାୟତ କାର୍ଯ୍ୟାଳୟରୁ କାମ ସାରି ଫେରିବା ସମୟରେ ତାଙ୍କ ଉପରେ ଆକ୍ରମଣ କରାଯାଇଛି। ତାଙ୍କ ମୁଣ୍ଡ ଓ କାନରେ ଗଭୀର ଆଘାତ ଲାଗି ଗୁରୁତର ଅବସ୍ଥାରେ ରହିଛନ୍ତି।ଧୂସୁରି ଥାନା ପ୍ରଶାସନ ପକ୍ଷରୁ କୁହାଯାଇଛି।ଘଟଣା ଉପରେ କୌଣସି ସ୍ପଷ୍ଟ କଥା ଜଣାପଡିନଥିବାରୁ ଥାନାରେ କୌଣସି ମାମଲା ରୁଜ୍ଜୁ ହୋଇନଥିବା ଥାନା ଅଧିକାରୀ କହିଛନ୍ତି।ଵର୍ତମାନ ସମୟରେ ସରପଞ୍ଚ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରୁ ଭୁବନେଶ୍ବର କିମ୍ସ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ସେ ଏବେ ବି ଚେତାଶୂନ୍ୟ ଅବସ୍ଥାରେ ଅଛନ୍ତି। ତାଙ୍କ ଚେତା ଫେରିବା ପରେ ଘଟଣା ଉପରେ ସ୍ପଷ୍ଟ କଥା ଜଣାପଡିବ।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।
