ରାଜଯୋଗିନୀ ମଞ୍ଜୁ ଦିଦିଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ

ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତି ଶକ୍ତି ଭବନରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ବ୍ରହ୍ମପୁର ସବ ଜୋନ୍ ର ଦିବଂଗତ ମୁଖ୍ୟ ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ମଞ୍ଜୁ ଦିଦିଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ଶାନ୍ତି ଶକ୍ତି ଭବନରେ ଅନୁଷ୍ଠିତ ହୋଇଯାଇଛି l ଆମନ୍ତ୍ରିତ ଅତିଥି ମାନଙ୍କ କରକମଳରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟିତ ଏହି ସଭାରେ ରାଜଯୋଗିନୀ ମଞ୍ଜୁ ଦିଦିଙ୍କ ସ୍ମୃତି ଚାରଣ କରିବା ଅବସରରେ ଶାନ୍ତି ଶକ୍ତି ଭବନର ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ପ୍ରକାଶ କରିଥିଲେ ଯେ ଉତ୍ତର ପ୍ରଦେଶ ମେରଟ ସହରରେ 1945 ମସିହାରେ ଜନ୍ମିତ ରାଜଯୋଗିନୀ ମଞ୍ଜୁ ଦିଦି 1967 ମସିହାରେ ଈଶ୍ୱରୀୟ ସେବାରେ ମୁଖ୍ୟାଳୟ ମାଉଣ୍ଟ ଆବୁରେ ଯୋଗଦେବା ପରେ 1986 ମସିହାରୁ ମଧୁବନ ଦ୍ଵାରା ବ୍ରହ୍ମପୁର ସବ ଜୋନ୍ ର ମୁଖ୍ୟ ସଂଚାଳିକା ରୂପେ ଆଂଚଳିକ ସେବାକେନ୍ଦ୍ର ଶାନ୍ତିକୁଣ୍ଡରେ ଦାୟିତ୍ଵ ନିର୍ବାହ କରିଆସୁଥିଲେ l ଦକ୍ଷିଣ ଓଡ଼ିଶାରେ ଆଧ୍ଯାତ୍ମିକ କ୍ରାନ୍ତି ଆଣିବା ସହିତ ସଦ୍ଭାବନା ତଥା ଏକ ବିଶ୍ଵ ପରିବାରର ଚେତନାରେ ସମାଜର ପ୍ରତ୍ୟେକ ବର୍ଗଙ୍କ ହୃଦୟକୁ ସ୍ପର୍ଶ କରୁଥିଲା ଦିଦିଙ୍କ ମାତୃବତ୍ ସ୍ନେହ l ସହ ସଂଚାଳିକା ରାଜ ଯୋଗିନୀ ମାଳା ଦିଦିଙ୍କ ସହଯୋଗରେ ଆସିକା ଶାନ୍ତି ଶକ୍ତି ଭବନ ଭଳି କୋଡ଼ିଏରୁ ଅଧିକ ସେବା କେନ୍ଦ୍ର, ଉପ ସେବା କେନ୍ଦ୍ର ଓ ଶତାଧିକ ଗୀତା ପାଠଶାଳା ସ୍ଥାପନ କରି ଗଞ୍ଜାମ, ଗଜପତି,ନୟାଗଡ଼ ଓ ଶ୍ରୀକାକୁଲମ ଜିଲ୍ଲାର ଲକ୍ଷାଧିକ ଭଉଣୀ ଭାଇଙ୍କୁ ସହଜ ରାଜ ଯୋଗ ମାଧ୍ୟମରେ ମାନବୀୟ ମୁଲ୍ୟବୋଧର ଅବତାରଣା ଦ୍ଵାରା ସୁଖମୟ ଜୀବନ ଜୀଇଁବାର ଯେଉଁ କଳା ଶିଖାଇ ଯାଇଛନ୍ତି ତାହା ଦିଦିଙ୍କୁ ଚିର ସ୍ମରଣୀୟ କରି ରଖିବ l କାର୍ଯ୍ୟକ୍ରମର ଅତିଥି ଆସ୍କା ଚିନି କଳର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ ପଣ୍ଡା, ଆସ୍କା ଉପ କାରାଗାରର ଅଧ୍ୟକ୍ଷ ଖଗେଶ୍ଵର ସିଂ,ବାର ଆସୋସିଏସନ ଆସ୍କା ର ସଭାପତି ସୁଧାଂଶୁ ପଣ୍ଡା, ସମ୍ପାଦକ ବିଦେଶୀ ନାହାକ, ବାର ଆସୋସିଏସନ ଆସ୍କା ର ପୂର୍ବତନ ସଭାପତି ସୁରେନ୍ଦ୍ର ପଣ୍ଡା, ଆସିକାର ପୂର୍ବତନ ବିଧାୟକ ଦେବରାଜ ମହାନ୍ତି,ଆସ୍କା ସବ ଟ୍ରେଜେରୀର କୋଷାଧ୍ୟକ୍ଷ ଯମେଶ୍ଵର ସେଠୀ, ଆସ୍କା ଏନ୍ ଏ ସି ର ପୂର୍ବତନ ନଗର ପାଳିକା ମଧୁସ୍ମିତା ପୋଲାଇ, ,ଯୁବ ଆଇନଜୀବୀ ଶାଶ୍ଵତ ପଣ୍ଡା ଯୋଗ ଦେଇ ରାଜଯୋଗିନୀ ମଞ୍ଜୁ ଦିଦିଙ୍କ ଅମର ଆତ୍ମା ସମସ୍ତଙ୍କୁ ଆଧ୍ଯାତ୍ମିକ ଶକ୍ତିରେ ସଶକ୍ତ ହେବା ପାଇଁ ଶକ୍ତି ପ୍ରଦାନ କରିବ ବୋଲି ମତବ୍ୟକ୍ତ କରିବା ସହ ଦିଦି ଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟର ଶତାଧିକ ଭଉଣୀ ଭାଇ ପ୍ରାତଃ ସମୟରୁ ଯୋଗ ଯୁକ୍ତ ରହି ଦିଦି ଙ୍କ ଉଦ୍ଦେଶ୍ଯରେ ନିଜର ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *