କାମରେ ଆସୁନି ପାର୍ବତୀଗିରି ବୃହତ୍ ଉଠା ଜଳ ସେଚନ ପ୍ରକଳ୍ପ

ପାଣି ପାଇଁ ଚାଷୀ ହତାସସୋରଡ଼ା – ୨୬/୧୦( ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ସୋରିଷ ବିଲି ଠାରେ ୨୦୧୬ ମସିହା ରେ ପାର୍ବତୀ ଗିରି ନାମକ ଉଠା ଜଳସେଚନ ପ୍ରକଳ୍ପ ଆରମ୍ଭ ହୋଇ ୨୦୨୧ ମସିହା ରେ ସମାପ୍ତ ହୋଇଥିଲା l ୨୦୨୧ ମସିହା ଠାରୁ ଆଜି ସୁଦ୍ଧା ଏହି ପ୍ରକଳ୍ପ ଦ୍ବାରା ପାଣି ପାଇ ନଥିବ ର ଚାଷୀମାନେ ଅଭିଯୋଗ କରିଛନ୍ତି l ଯଦି ସରକାର କୋଟି କୋଟି ଖର୍ଚ୍ଚ କରି ମଧ୍ୟ ଚାଷୀ ମାନେ ପାଣି ପାଇଁ ଜମିରେ ମରୁଡି ଭଳି ସମସ୍ୟା ଭୋଗିବାକୁ ପଡେ ତାହା ହେଲେ ଉଠା ଜଳସେଚନ ପ୍ରକଳ୍ପ କରି ଲାଭ କଣ l ଏକ ନିମାଚାଷୀଙ୍କୁ ଧାନ ଓ ଅଣଧାନ ଫସଲ ପ୍ରତି ଆକୃଷ୍ଠ କରିବା ସହ ଉଚ୍ଚ ମଧ୍ୟମ ଓ ଖାଲୁଆ ଚାଷ ଜମିକୁ ଜଳସେଚିତ କରିବା ଉଦେଶ୍ୟ ନେଇ ସରକାର ସୋରଡ଼ା ବ୍ଲକର ତିନଟି ସ୍ଥାନରେ ପାର୍ବତୀଗିରି ବୃହତ ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ କରିଛନ୍ତି।ତିନଟି ପଂଚାୟତ ଅଧୀନରେ ଥିବା ୩୮ ଟି ଗାଁର ଶହ ଶହ ହେକ୍ଟର ଚାଷ ଜମିକୁ ପାଣି ମଡ଼ାଇବା ଲକ୍ଷ ଧାର୍ଯ୍ୟ ରଖାଯାଇଥିବା ବେଳେ ଗତ ୨୦୨୧ ମସିହାରୁ ପ୍ରକଳ୍ପ କାମ ସରିଯାଇଛି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଜମିକୁ ପାଣି ମିଳିବା ତ ଦୂରର କଥା ଖୋଦ ପ୍ରକଳ୍ପର ଇଣ୍ଟେକ ୱାଲ ରେ ପାଣି ଟୋପେ ନାହିଁ। ବର୍ଷଦିନରେ ବି ପ୍ରକଳ୍ପ ଗୁଡିକର ଜଳ ଉତ୍ସ ଶୁଖିଲା ପଡିଛି।ଗୋପାଳପୁରଶାସନ ଅଧୀନ ସୋରିଷବିଲି ପ୍ରକଳ୍ପରୁ ଆଉ ତ ପାଣି ଉଠୁ ନଥିବା ଚାଷୀ ଅଭିଯୋଗ କରିଛନ୍ତି। ଫଳରେ ଉକ୍ତ ପ୍ରକଳ୍ପ ଉପରେ ନିର୍ଭର କରୁଥିବା ସୋରିଷବିଲି, ସାନ ସୋରଡ଼ା,ହରିପୁର, ପାଲକାଟୁ, ଖପରାଗଣ୍ଡା ଭଳି ଅନେକ ଗାଁର ଚାଷୀଙ୍କୁ ଭଗବାନ ଙ୍କ ଭରସାରେ ରହି ଚାଷ କରିବାକୁ ପଡୁଛି।ଋଷିକୁଲ୍ୟା ନଦୀରେ ଥିବା ଉକ୍ତ ପ୍ରକଳ୍ପ ଦ୍ୱାରା ଶତାଧିକ ହେକ୍ଟର ଜମିକୁ ଜଳ ସେଚନର ବ୍ୟବସ୍ଥା କରିବା ପାଇଁ ଛଅ ଖଣ୍ଡ ଗାଁର ଚାଷ ଜମି ତଳେ ପାଇପ ବିଛାଯାଇ ଏକାଧିକ ଆଉଟଲେଟ ନିର୍ମାଣ କରାଯାଇଛି। ପ୍ରତି ଆଉଟଲେଟ ଦ୍ୱାରା ୧୦ ରୁ ୧୫ ହେକ୍ଟର ଜମି ଜଳସେଚିତ ହେବାକୁ ଥିବା ବେଳେ ପ୍ରକଳ୍ପରୁ ଆଉ ପାଣି ଯୋଗାଣ ହୋଇପାରୁନାହିଁ। ପ୍ରକଳ୍ପ କାମ ଶେଷ ହେବାର ତିନି ବର୍ଷରୁ ଉର୍ଦ୍ଧ ସମୟ ବିତି ଯାଇଥିଲେ ମଧ୍ୟ ଶତାଧିକ ଚାଷୀଙ୍କ ଚାଷ ଜମିକୁ ପାଣି ମିଳିପାରୁନାହିଁ। ଫଳରେ ବର୍ଷା ଦିନେ ମଧ୍ୟ ବର୍ଷା ଅଭାବରୁ ଧାନ କ୍ଷେତ ଶୁଖିଲା ପଡି ମରୁଡି ପରିସ୍ଥିତି ଉତ୍କଟ କରିଛି।ଜଳାଯୋଗାଣ ନେଇ ଚାଷୀ ମାନେ ବହୁବାର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ଶନିବାର ଖପରାଗଣ୍ଡାର ଶତାଧିକ ଚାଷୀ ପ୍ରକଳ୍ପ ପରିଚାଳକଙ୍କୁ ଭେଟି ଦାବିପତ୍ର ପ୍ରଦାନ ସହ ଯଥାଶୀଘ୍ର ଜମିକୁ ଜଲଯୋଗାଣ ପାଇଁ ଦାବିକରିଛନ୍ତି।

Leave a Reply

Your email address will not be published. Required fields are marked *