ଟିବି ନିରାକରଣ ପାଇଁ ଟିକା

**ପ୍ରାପ୍ତ ବୟସ୍କଙ୍କ ନିମନ୍ତେ ଯକ୍ଷ୍ମା ପ୍ରତିଷେଧକ ସ୍ଵତନ୍ତ୍ର ବିସିଜି ଟୀକାକରଣ କାର୍ଯ୍ୟକ୍ରମକୁ ନୟାଗଡ ମୁଖ୍ୟ ଚିକିତ୍ସାଳୟ ର ଟିକା କେନ୍ଦ୍ରଠାରେ ଟିବି ନିରାକରଣ ପାଇଁ ବିସିଜି ଟିକା ଦିଆଯାଉଛି । ଯକ୍ଷ୍ମାରୋଗର ପ୍ରାଦୁର୍ଭାବକୁ କମ କରିବା ଓ ଏଥି ଜନିତ ଅକାଳ ମୃତ୍ୟୁକୁ ରୋକିବା ପାଇଁ ଏହି ଟୀକା ପ୍ରଭାବଶାଳୀ ଭୂମିକା ଗ୍ରହଣ କରିବ ବୋଲି ମତପୋଷଣ କରାଯାଇଥିଲା । ଏହି ଟୀକା ନେଇଥିବା ଅଙ୍ଗରେ ସାମାନ୍ୟ ଦରଜ, ଫୁଲା ଓ ନାଲି ପଡିବା ଭଳି କିଛି ଅତି ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଲେ ବ୍ୟସ୍ତ ହେବାର ନାହିଁ ବୋଲି ଜନସାଧାରଣଙ୍କୁ ବୁଝାଇବାକୁ ପରାମର୍ଶ ଦିଆଯାଇଥିଲା । ପ୍ରକାଶ ଥାଉକି ୧୮ ବର୍ଷରୁ ଉର୍ଦ୍ଧ ସମସ୍ତ ପ୍ରାପ୍ତବୟସ୍କ, ପୂର୍ବରୁ ଯକ୍ଷ୍ମାରୋଗମୁକ୍ତ ହୋଇଥିବା ବ୍ୟକ୍ତି, ବର୍ତ୍ତମାନ ଯକ୍ଷ୍ମାରୋଗୀଙ୍କ ସାସ୍ପର୍ଶରେ ଆସିଥିବା ନିକଟ ସମ୍ପର୍କୀୟ ସମସ୍ତ ବ୍ୟକ୍ତି, ମଧୁମେହ ଆକ୍ରାନ୍ତ ବ୍ୟକ୍ତି, ଧୂମପାନ କରୁଥିବା ବ୍ୟକ୍ତି ତଥା କୁପୋଷଣ ଶିକାର ହୋଇଥିବା ବ୍ୟକ୍ତିମାନେ ସ୍ୱାସ୍ଥ୍ୟ ଅଭିଯାନ ଚାଲୁଥିବା ସମୟରେ ଟୀକାକରଣ କେନ୍ଦ୍ରରେ ଏହି ଟୀକା ବିନାମୂଲ୍ୟରେ ନେବାରେ କୌଣସି ପ୍ରତିବନ୍ଧକ ନାହିଁ । ମାତ୍ର ଗର୍ଭବତୀ ବା ସ୍ତନ୍ୟପାନ କରାଉଥିବା ମହିଳା, ଏଚଆଇଭି ଆକ୍ରାନ୍ତ, ରୋଗ ପ୍ରତିରୋଧକ ଶକ୍ତି ନଥିବା ବା ରୋଗ ପ୍ରତିରୋଧକ ଶକ୍ତି ହ୍ରାସକାରକ ଔଷଦ ସେବନ କରୁଥିବା, ଅଙ୍ଗ ପ୍ରତିରୋପଣ ହୋଇଥିବା ଅଥବା ଦୂରାରୋଗ୍ୟ ବ୍ୟାଧିରେ ଦୀର୍ଘ ଦିନ ଧରି ପୀଡ଼ିତ ଥିବା ବ୍ୟକ୍ତିମାନଙ୍କୁ ଏହି ଟୀକା ନେବାକୁ ବାରଣ କରାଯାଉଛି । ଏହି ଅବସରରେ ୫୩୯ ଜଣ ବ୍ୟକ୍ତି ଏହି ଟିକା ଦିଆଯାଇଛି। ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡାକ୍ତର ସୁବାସ ନାୟକ, ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡାକ୍ତର ଶରତ କୁମାର ଦାସ,ଟିବି ସଂଯୋଜକ ରୁଦ୍ର ପ୍ରସାଦ ଜେନା, ଦିଲୀପ ପ୍ରଧାନ, ବରିଷ୍ଠ ଚିକିତ୍ସା ତଦାରଖକାରୀ ଦୀପକ କୁମାର ଦଳବେହେରା , ସ୍ବାସ୍ଥ୍ୟ ପରିଦଶିକା କଲ୍ୟାଣୀ ସାହୁ ଓ ସ୍ବାସ୍ଥ୍ୟ କର୍ମୀ ସଞ୍ଜୁକ୍ତା କୁମାରୀ ଦାସ, ଭରତ ଡାକୁଆ,ବିନ୍ଦୁଲତା ବାରିକ ସମସ୍ତ ଙ୍କୁ ଟିକା ଦେବା ପାଇଁ ସଚେତନ କରୁଛନ୍ତି।ଏହି ସ୍ଵତନ୍ତ୍ର ବିସିଜି ଟୀକାକରଣ କାର୍ଯ୍ୟକ୍ରମର ଲାଭ ଉଠାଇବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି ।

Leave a Reply

Your email address will not be published. Required fields are marked *