ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲ ରେ ନୂତନ ତହସିଲଦାର ଭାବରେ ଶ୍ରୀ କାହ୍ନୁ ଚରଣ ଘଡେ଼ଇ ଯୋଗଦାନ କରିଛନ୍ତି।

ଚିଲିକା, ଏହି ଅବସରରେ ଚିଲିକା ପ୍ରେସ ୟୁନିଅନର ସଦସ୍ୟ ମାନେ ଆନୁଷ୍ଠାନିକ ଭାବେ ପୁଷ୍ପଗୁଛ ଦେଇ ସ୍ଵାଗତ ଜଣାଇଛନ୍ତି। ସମସ୍ତ ଜନସାଧାରଣଙ୍କର ସୁବିଧା ଅସୁବିଧାକୁ ପ୍ରାଥମିକତା ଦେଇ ଯଥା ସମ୍ଭବ କାର୍ଯ୍ୟକ୍ରମ ଜାରି ରଖିବାକୁ କହିଥିବା ବେଳେ ଗୋସମ୍ପଦର ଅବହେଳିତ ଅବସ୍ଥାକୁ ନେଇ ତାକୁ ସୁଧାରିବାକୁ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇ ଦେବାକୁ ସଦା ଚେଷ୍ଟା ଜାରି ରଖିବାକୁ ପ୍ରକାଶ କରିଥିଲେ।ଶ୍ରୀ ଘଡେ଼ଇ ପୂର୍ବରୁ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ ଇ ପି ଏମ୍ ଓଡ଼ିଶା ରେ କାର୍ଯ୍ୟରତ ଥିବା ବେଳେ ବ୍ରହ୍ମଗିରି ତହସିଲଦାର ଓ ସବ୍ ରେଜିଷ୍ଟ୍ରାର ବାଣପୁର ଭାବରେ ନିଜର କାର୍ଯ୍ୟକାଳ ସଫଳତାର ସହିତ ସମ୍ପନ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *