ଗୋ ଶାଳା ରେ ଗୋଷ୍ଠାଷ୍ଠମୀ ପାଳିତ ହୋଇଯାଇଛି

ଗଞ୍ଜାମ ଜିଲ୍ଲା ର ଆସିକା ବ୍ଳକ ଅନ୍ତର୍ଗତ ପାକିଡି ବନାନି ରେ ମାଁ କରଞେଇ ଆବିର୍ଭୁତା । ମାଁ ଙ୍କ ସନ୍ନିକଟ ରେ ଗୋଶାଳା ଅବସ୍ଥିତ।ମହାରାଜ ଶ୍ରୀ କମଳାକ୍ଷ ଦାଶ ଙ୍କ ପୈ।ରହିତ୍ବରେ ଗୋଷ୍ଠାଷ୍ଠମୀ ପାଳିତ ହୋଇଯାଇଛି।୦୯/୧୨/୨୦୨୪ ଶନିବାର ପ୍ରାତଃ କାଳ ରୁ ଗୋ ପୂଜନ କାର୍ଯ୍ୟକ୍ରମ ହୋଇଯାଇଛି। ଆସିକା ସାଂସଦ ଶ୍ରୀ ମତୀ ଅନିତା ଶୁଭଦର୍ଶୀନି,ଆସିକା ଏମ ଏଲ ଏ ଶ୍ରୀ ଯୁକ୍ତ ସରୋଜ କୁମାର ପାଢ଼ୀ, କବିସୂର୍ଯ୍ୟନଗର ଏମ ଏଲ ଏ ଶ୍ରୀ ଯୁକ୍ତ ପ୍ରତାପ ନାୟକ ଏବଂ ମନ୍ତ୍ରୀ ଶ୍ରୀ ଯୁକ୍ତ ବିଭୁତି ଭୁଷଣ ଜେନା ଙ୍କ ବହୁ ବୁଦ୍ଧିଜୀବୀ, ଆଇନଜୀବୀ ତତ୍ ସହିତ ଆଖ ପାଖ ଅଂଚଳର ପ୍ରାୟ ୫ ହଜାର ରୁ ଉର୍ଦ୍ଧ ଜନସାଧାରଣ ଉକ୍ତ ଉତ୍ସବ ରେ ସମାଗମ ହେବାର ଦେଖିବାକୁ ମିଳିଛି। ଏହି କାର୍ଯ୍ୟ କ୍ରମ କେଶବ ସେବା ସସ୍ଥାନ ଦ୍ବାରା ସମ୍ପୁର୍ଣ୍ଣ ପରିଚାଳିତ ମାଁ କରଞେଇ ଗୋଶାଳା ରେ ଗୋଷ୍ଠାଷ୍ଠମୀ ମହୋତ୍ସବ ପାଳିତ ହୋଇଯାଇଛି। ପ୍ରାତଃ ୯ ବେଳେ ଗୋ ପୂଜନ, ପୂର୍ବାହ୍ନ ୧୦ଘଣ୍ଟା ସମୟେ ଗୋପାଳ ସହସ୍ର ନାମ ପାରାୟଣ, ମଧ୍ୟାର୍ଣ୍ଣ ୧୨ ଟା ସମୟେ ପୂର୍ଣ୍ଣାହୁତି, ପରିଶେଷରେ ପ୍ରସାଦ ସେବନ ର ବିଶାଳ କାର୍ଯ୍ୟ କ୍ରମ କରାଯାଇଥିଲା। ଆସିକା ଏନ୍ ଏ ସି କାଉନସିଲର ତଥା ବିଜେପି ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସରୋଜ କୁମାର ଭଞ୍ଜ ଓ ଶ୍ରୀ ରାଘବ ଶିଅ ଙ୍କ ସମେତ ବହୁ ଜ୍ଞାନୀ ଗୁଣୀ ବ୍ୟକ୍ତି ଉପସ୍ଥିତ ଥିଲେ।ଗୋ ପୂଜନ କାର୍ଯ୍ୟକ୍ରମ ରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି କିଭଳି ଭାବେ ସମସ୍ତ ବ୍ୟକ୍ତି ବିଶେଷ ପ୍ରସାଦ ସେବନ କରି ଫେରିବା ତା’ର ତଦାରଖର ସାରଥୀ ସାଜିଥିଲେ। ଉକ୍ତ ସଂସ୍ଥାନ ଦ୍ବାରା ବହୁ ଭଜନ ଓ ନୃତ୍ୟ ର କାର୍ଯ୍ୟ କ୍ରମ କରିଥିଲେ। ବିଭିନ୍ନ ପ୍ରକାରର ନୃତ୍ୟ ନାଟିକା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ କୁ ବହୁ ଛୁଆ ଠାରୁ ବୃଦ୍ଧ ଓ ବୃଦ୍ଧା ହର୍ଷ ଉଲ୍ଲାସ ରେ ଉପଭୋଗ କରୁଥିଲେ। ଏହି କାର୍ଯ୍ୟ କ୍ରମ କୁ କେଶବ ସେବା ସସ୍ଥାନ ର ଗୋ ସେବକ ସଭାପତି ଡ଼ଃ ପ୍ରଭାକର ସାହୁ ଆବାହକ ଭାବେ କାର୍ଯ୍ୟ କାରିଥିଲେ।

Leave a Reply

Your email address will not be published. Required fields are marked *