ତପୋବନ ପୀଠ ଚଳଚଞ୍ଚଳ
ତପୋବନ ପୀଠ ଚଳଚଞ୍ଚଳ।
କାର୍ତ୍ତିକ ମାସ ର ଶୁକ୍ଳ ଦଶମୀ
ତପୋବନ ପିଠେ ମେଳା
ମହିମା ସନ୍ନ୍ୟାସୀ ଅଲେଖ ନାମକୁ ଜପୁଛନ୍ତି ନକରି ହେଳା
ଆଜି ତପୋବନ ମେଳା।
ଜନସମାଗମ ପ୍ରବଳ ହେବାକୁ
ଆରକ୍ଷୀ ଭାଇ
ସଜାଗ
ଭକତ ମାନଙ୍କୁ ସହାୟତା ଦେବେ
ହୋଇ ସେମାନେ ସଜାଗ
ଆରକ୍ଷୀ ଭାଇ ସଜାଗ।
ଜିଲ୍ଲା ପ୍ରଶାସନ ତତ୍ପର ହୋଇଛି
ମେଳା ର ଉନ୍ନତି ପାଇଁ
ସହାୟତା ର ହାତ ବଢାଇଛି
ଢେଙ୍କାନାଳ ଗର୍ବ ପାଇଁ
ମେଳା ର ଉନ୍ନତି ପାଇଁ।
ଦୂର ଦୁରାନ୍ତୁ ରୁ ସାଧୁ ସନ୍ଥ ମାନେ
ହୋଇଛନ୍ତି ଯେ ତତ୍ପର
ତପୋବନ ପୀଠ ଉନ୍ନତି ହୋଇବ
ଏହା ମହିମା ବିଚାର
ହୋଇଛନ୍ତି ଯେ ତତ୍ପର।
ପୀଠ ର ଉନ୍ନତି ପାଇଁ ଯେ ଚେଷ୍ଟିତ ବାବା ରଘୁନାଥ
ତାଙ୍କର ଶ୍ରଦ୍ଧାର ବନ୍ଧା ସବୁ ଆଜି
ସର୍ବେ ମହିମା ଆଶ୍ରିତ।
କାଦୁଆ ଗ୍ରାମ ଯେ ଚଳ ଚଞ୍ଚଳ
ନାଗିଆପଶି ତତ୍ପର
ନାଠୁଆ ସଙ୍ଗେ ବେଲଟିକିରି
ଆଜି ଯେ ଚଳଚଞ୍ଚଳ
ନାଗିଆପଶି ତତ୍ପର।

ଶ୍ରୀ ହରିହର ସାହୁ
ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ
(ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା ୭୫୯୦୧୬)
