ଦୀପାଞ୍ଚଳ ବାଇଶି ମୌଜା ରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର

ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ଦୀପାଞ୍ଚଳ ବାଇଶି ମୌଜା ସ୍ଥିତ ସରସ୍ବତୀ ଶିଶୁ ମନ୍ଦିରରେ ବସୁମାତା NGO ପକ୍ଷରୁ ସମ ହସ୍ପିଟାଲ ସହାୟତା ରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିର ରେ ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତର ମାନେ ଯୋଗ ଦେଇ ଗ୍ରାମାଞ୍ଚଳରେ ସେବା ଯୋଗାଇ ଦେଇଥିଲେ । ଏହା ସହିତ ରୋଗୀ ମାନଙ୍କର ବିଭିନ୍ନ ପରୀକ୍ଷା ମଧ୍ୟ କରାଯାଇଥିବା ସହ ମାଗଣାରେ ଔଷଧ ଦିଆଯାଇଥିଲା । ଏହି ଶିବିରରେ ପ୍ରାୟ 400 ରୁ ଉର୍ଦ୍ଧ୍ବ ରୋଗୀ ତାଙ୍କର ଚିକିତ୍ସା କରାଇଥିବା ବେଳେ ଏହି କାର୍ଯ୍ୟକ୍ରମ କୁ ସ୍ୱାଗତ କରିଛନ୍ତି । ଏହା ଦ୍ବାରା ଗ୍ରାମବାସୀ ମାନେ ଗ୍ରାମାଞ୍ଚଳରେ ରୋଗୀ ସେବା ଯୋଗାଇ ଦିଆଯାଇ ଥିବାରୁ ବସୁମତୀ NGO ଓ ସମ ହସ୍ପିଟାଲକୁ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *