ପୂନ୍ୟ ଭୂମି ଢେଙ୍କାନାଳ

ପୂନ୍ୟ ଭୂମି ଢେଙ୍କାନାଳ
ଢେଙ୍କାନାଳ ଆମ ପୂନ୍ୟ ଭୂମି
ଓଡ଼ିଶା ମଧ୍ୟରେ ଅଛି
ଇତିହାସ ରେ ସ୍ଥାନ ତାହାର
ଉଜ୍ଜ୍ବଳ ହୋଇଅଛି।
ବ୍ରାହ୍ମଣୀ ନଦୀ ର‌ ଜଳରାଶି
ଚରଣ ବନ୍ଦନା‌‌ କରେ
କପିଳାସ ପର୍ବତ ତୋର ମୁକୁଟ ବହନ କରେ।
କନିଷ୍ଠ ଶହୀଦ ବାଜିରାଉତ ତୋହର ମାଟିର ଟେକ
ଜାତିପ୍ରେମର ଧ୍ଵଜା ଧରି
ଟେକିଛି ଜିଲ୍ଲା ବିବେକ।
କପିଳାସ ରେ ଦର୍ଶନ ଦିଅନ୍ତି
ପ୍ରଭୁ ଚନ୍ଦ୍ର ଶେଖର
ସପ୍ତଶଯ୍ୟା ରେ ବିରାଜମାନ
ପ୍ରଭୁ ଅଯୋଧ୍ୟା କୁମାର।
ପ୍ରଭୁ ବଳରାମ ସହର ମଧ୍ୟରେ
ଭକ୍ତମାନଙ୍କ ମେଳେ
ବ୍ରାହ୍ମଣୀଦେବୀ ମାଆ ବିରାଜିଛନ୍ତି‌ ବାଜିଚଉକି ପାଖରେ।
କଂସାବାସନ ପାଇଁ ପ୍ରସିଦ୍ଧ ଭୁବନ‌ ଗ୍ରାମ ଟି ପୁଣ
ଦଶରାବଳଦ ଶୋଭା ବଢାନ୍ତି
ସେହି ଭୁବନ ରେ ଜାଣ।
ଢେଙ୍କାନାଳ ର‌ ଗଣ ପର୍ବ ଅଟେ
ଗଜଲକ୍ଷ୍ମୀ ପୂଜା
ଲୋକମାନଙ୍କର ପ୍ରବଳ ଭିଡ଼ ବଢାଏ ଏହାର ସଜା
ଖାଦ୍ୟ ଭିତରେ ବିଖ୍ୟାତ ବରା‌‌ ଲୋକଙ୍କ ମନକୁ ମୁହେ
ବରା ଖାଇବାକୁ ପ୍ରବଳ ଭିଡ଼ ଢେଙ୍କାନାଳ ରେ ହୁଏ।
ଏହାର ମଗଜି ଏତେ ସ୍ୱାଦିଷ୍ଟ
ପାଟିରେ ମିଳାଇ‌ ଯାଏ
ଥରେ ଖାଇଲେ ଆଉଥରକୁ ଆଗ୍ରହ ବଢାଇ ଦିଏ।
କବି ବ୍ରଜନାଥ ବଡ଼ଜେନା ଏହି ଜିଲ୍ଲା ର‌‌ ଗର୍ବ
ନନ୍ଦିନୀ ଦେବୀ ଜିଲ୍ଲା ର‌‌ ନେତ୍ରୀ
ଆମପାଇଁ ଗଉରବ।
ଏହି ଜିଲ୍ଲା ର ଅନେକ ବ୍ୟକ୍ତି
ରାଷ୍ଟ୍ରରେ ‌ସମ୍ମାନିତ
ଆମପାଇଁ ସେମାନେ ଗର୍ବ
ଆମେମାନେ ଉତ୍ସାହିତ।
ଦୋଳପରବ ନିଆରା ପର୍ବ ଫଗୁ ଖେଳ ରେ ମଜା
ଅବିର ବୋଳି ମନହରସେ
ଭାବନ୍ତି ନିଜେ ରଜା।
ମୋ‌‌ ପ୍ରିୟ ଢେଙ୍କାନାଳ କୁ କରୁଛି କୋଟି ପ୍ରଣାମ
ସେବା ଓ‌ ତ୍ୟାଗ ଦେବି ମୁଁ ଏଠି ଦେଉଛି କୋଟି ସଲାମ।
ଶ୍ରୀ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା ୭୫୯୦୧୬

Leave a Reply

Your email address will not be published. Required fields are marked *