ପୁରୀ ଜିଲ୍ଲା ଚେସ୍ କୋଚିଂ କ୍ୟାମ୍ପ ଉଦଘାଟିତ

ପୁରୀ, ବିଶ୍ୱମ୍ଭର ବିଦ୍ୟାପୀଠ ପରିସରରେ ପୁରୀ ଜିଲ୍ଲା ଚେସ୍ କୋଚିଂ କ୍ୟାମ୍ପ ର ଶୁଭାରମ୍ଭ ହୋଇଛି।ଆଜି ଅପରାହ୍ନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପୁରୀ ଜିଲ୍ଲା ଚେସ ସଂଘର ସଂପାଦକ ପ୍ରଦ୍ୟୁମ୍ନ କୁମାର ମିଶ୍ର,ବିଶ୍ବମ୍ବର ବିଦ୍ୟାପୀଠ ର ପ୍ରଧାନ ଶିକ୍ଷୟତ୍ରୀ ଶୁଭଶ୍ରୀ ଦାଶ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ମୋ ସ୍କୁଲ ଅଭିଯାନ ର ସଭାପତି ରମା ବଲ୍ଲଭ ମହାପାତ୍ର,ପୁରୀ ଜିଲ୍ଲା ଚେସ ସଂଘର ଯୁଗ୍ମ ସମ୍ପାଦକ ଦେବାଶିଷ ମିଶ୍ର,ଶୁଭଶ୍ରୀ ଦାସ,ପରିଚାଳନା କମିଟି ସଦସ୍ୟ ପ୍ରଜ୍ଞା ପରମିତା ନନ୍ଦ,ଅଲ୍ ଓଡିଶା ଚେସ ସଂଘର ମୁଖ୍ୟ ପ୍ରଶିକ୍ଷକ ସୁବାସ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ ।ମୁଖ୍ୟ ଅତିଥି ଶ୍ରୀ ନାୟକ ନିଜ ଅଭିଭାଷଣରେ କହିଥିଲେ ପ୍ରତ୍ୟେକ କ୍ରୀଡା ଶୃଙ୍ଖଳା ଓ ସଂଯମତା ଶିକ୍ଷା ଦେଇଥାଏ ବୋଲି କହିଥିଲେ।ଚେସ୍ ଖେଳ ବୁଦ୍ଧିମତା, ଆତ୍ମବିଶ୍ୱାସ କୁ ବୃଦ୍ଧି ସହ ମସ୍ତିଷ୍କ ସ୍ଥିର ରଖିବାରେ ସହାୟକ ହୋଇ ଥାଏ ବୋଲି କହିଥିଲେ।ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସେଠୀ ଚେସ୍ ଖେଳ ପାଇଁ ବୁଦ୍ଧି ଓ କୌଶଳ ର ପ୍ରୟୋଗ ର ଆବଶ୍ୟକତା ଥିବାରୁ ଏହା ପିଲା ମାନଙ୍କୁ ଆନନ୍ଦ ଦେବା ସହ ସେମାନଙ୍କ ବୌଦ୍ଧିକ ବିକାଶ ରେ ସାହାଯ୍ୟ କରିବ ବୋଲି କହିଥିଲେ। ପୁରୀ ଜିଲ୍ଲା ଚେସ ସଂଘର ସଂପାଦକ ଶ୍ରୀ ମିଶ୍ର ନିଜ ଅଭିଭାଷଣରେ କହିଛନ୍ତି ୧୧ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ଚେସ କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାର ସମସ୍ତ ସ୍କୁଲ ପିଲାଙ୍କ ପାଇଁ ମାଗଣାରେ ଶିକ୍ଷା ପ୍ରଦାନ କରାଯିବ ଏବଂ ଏହି ଶିକ୍ଷା ଦୁଇ ବର୍ଷ ଧରି ପ୍ରଦାନ କରିବାକୁ ଥିବା ବେଳେ ପ୍ରତ୍ୟକ ସପ୍ତାହର ଗୁରୁବାର ଏବଂ ଶୁକ୍ରବାର ଅପରାହ୍ନ ତିନିଟା ଠାରୁ ପାଞ୍ଚଟା ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି ।ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଦାଶ କହିଛନ୍ତି ଏଭଳି କାର୍ଯ୍ୟକ୍ରମ ହେବାଦ୍ବାରା ଛାତ୍ର ଛାତ୍ରୀ ମାନଙ୍କ ମସ୍ତିଷ୍କ ଶକ୍ତି ବୃଦ୍ଧି ହେବ ଏବଂ ଯେଉଁ ପିଲା ମାନେ ଆଗରୁ ଚେସ ଖେଳୁଛନ୍ତି ସେମାନେ ମଧ୍ୟ ଆହୁରି ଉନ୍ନତ ଖେଳି ବିଦ୍ୟାଳୟର ନାମକୁ ଉଚ୍ଚ ପ୍ରଶଂସିତ କରି ପାରିବେ ବୋଲି କହିଛନ୍ତି ।ଏହାପରେ ସମସ୍ତ ଅତିଥି ମାନେ କ୍ରୀଡା ପ୍ରେମୀ ଛାତ୍ର ଛାତ୍ରୀ ମାନଙ୍କ ସହ ଚେସ ଖେଳକୁ ଉପଭୋଗ କରିଥିଲେ ।ପ୍ରଥମ ଦିନର ଶେଷରେ ମୋ ସ୍କୁଲ ଅଭିଯାନ ର ସଭାପତି ଶ୍ରୀ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *