+3ବିଜ୍ଞାନ ଖୋଲିବା ଦାବୀରେ ଯୁବ ଛାତ୍ରଛାତ୍ରୀଙ୍କ ଗଣ ସତ୍ୟାଗ୍ରହ.
ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ ସମ୍ମୁଖର ରେଢୁଆଠାରେ +3 ବିଜ୍ଞାନ ଖୋଲିବା ଦାବିରେ ଯୁବଛାତ୍ରଛାତ୍ରୀଙ୍କ ଅନଶନ. ତା 11.nov2024 ରିଖ ଠାରୁ ଦାବି ପୂରଣ ପର୍ଯ୍ୟନ୍ତ .ଏହି ମହାବିଦ୍ୟାଳୟର ରେଢୁଆଠାରେ ଯଥାଶିଘ୍ର ନଭେମ୍ୱର ମାସ ଶେଷ ସୁଦ୍ଧା ପୂରଣ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ତଥା ଅଞ୍ଚଳବାସୀ ର ସମସ୍ତ ଗ୍ରାମବାସୀ ଓ ଏହି ଅଞ୍ଚଳକୁ ଲାଗିଥିବା ପଡୋଶୀ ଅଞ୍ଚଳର ଶତାଧିକ ଛାତ୍ରଛାତ୍ରୀ ମାନେ ଜିଦ୍ ଧରି ସତ୍ୟାଗ୍ରହ ଆନ୍ଦୋଳନ କରି ବସିଛନ୍ତି .ସରକାର ଏହି ପଦକ୍ଷେପକୁ ତୁରନ୍ତ ସମାଧାନ କଲେ ଅନେକ ଗ୍ରାମ ର ପିଲାମାନେ ତଥା ଅଭିଭାବକ ମାନେ ଚିରପ୍ରକୃତ ଲାଭ କରିବେ.

ବିରିଡ଼ି,ଜଗତ୍ସିଂହପୁର,ରଘୁନାଥପୁର,ତିର୍ତ୍ତୋଲର ମଧ୍ୟ ସ୍ଥଳରେ ଥିବା ପ୍ରମୁଖ କେନ୍ଦ୍ରସ୍ଥଳ ରେଢୁଆ ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ. ନଭେମ୍ୱର ମାସ ଶେଷ ସୁଦ୍ଧା ଜଦି ପୂରଣ ନହୁଏ ତେବେ ଏ ଅଂଚଳବାସୀ,ବୁଦ୍ଧିଜୀବି,ଅଭିଭାବକ,ଛାତ୍ରଛାତ୍ରୀ,ସ୍ଥାନୀୟ ଜନସାଧାରଣ ଅନିର୍ଦ୍ଧିଷ୍ଟ +3 ବିଜ୍ଞାନ ଶିକ୍ଷାଦାନ ବ୍ଯବସ୍ଥା ହେବା ପର୍ଯ୍ଯନ୍ତ ଗଣ ସତ୍ୟାଗ୍ରହ ପ୍ରଭୁତି ବିଭିନ୍ନ ପ୍ରକାର ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ରେଢୁଆ ଆଂଚଳିକ ପରିଷଦ ପକ୍ଷରୁ ସ୍ନେହାସୁଂ ଜେନା, ଦେବୀପ୍ରସାଦ ମହାରଣା ଦୃଢୋକ୍ତି ପ୍ରକାଶ କରିଥିଲେ ଏବଂ ଛାତ୍ରଛାତ୍ରୀମାନେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ.ଏହି ଅଞ୍ଚଳର ବରିଷ୍ଠ ନାଗରିକ,ଶିକ୍ଷାବିତ୍,ବୁଦ୍ଧିଜୀବୀ ଓ ମହିଳାମାନେ ଏହି ସତ୍ୟାଗ୍ରହରେ ସାମିଲ ହୋଇଥିଲେ.ସେମାନେ ହେଲେ ସୁରେଶ ପଟ୍ଟନାୟକ,ପ୍ରଭୁ ପ୍ରସାଦ ନାୟକ,ସାରଦା ଜେନା,ସୁଭାସିସ ସ୍ୱାଇଁ,କମଳା କାନ୍ତ ରଣା,ଅମ୍ବିକା ପ୍ରସାଦ ମହାରଣା,ରଶ୍ମିତାମହାରଣା,ପ୍ରଜ୍ଞା ପରମିତା ରାୟ ,ଚିନ୍ମୟ ଜେନା,ଶୁଭ୍ର ଜେନା,ଭାସ୍କର ପାଳନ,ଶୁଭକାନ୍ତ ଜେନା,ବିକ୍ରମ କେଶରୀ ମହାନ୍ତି ,ସତ୍ୟବାଦୀ ଙ୍କ ସହ ବହୁ ଗୁଣି ଜ୍ଞାନୀ ଲୋକେ ଯୋଗ ଦେଇଥିଲେ.
ଜଗତ୍ସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ମଳୟ କୁମାର ପାଣିଙ୍କ ରିପୋର୍ଟ
