ଅଲଫା କପ ଉଦଘାଟନ

ପ୍ରଥମ ମ୍ୟାଚ ଆକ୍ସଫୋଡ଼ ଦଳ ବିଜୟୀ l ଅଲଫା ସ୍ପୋର୍ଟିଙ୍ଗି କ୍ଲୁବ ଆନୁକୂଲ୍ୟରେ ୨ୟ ଅଲଫା କପ ଜ଼ିଲ୍ଲା ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଅଙ୍କୁଶୁପୁର (SMIT )ଖେଳ ପଡିଆରେ ଉଦଘାଟନ ହୋଇଯାଇଛି l ଏହି ଟୁର୍ଣ୍ଣlମେଣ୍ଟଟି ୧୨ ତାରିଖ ଠାରୁ ଆରମ୍ଭ ହୋଇ ୧୯ ତାରିଖ ପ୍ରାୟ ୭ ଦିନ ଧରି ଚାଲିବାକୁ ଥିବାବେଳେ ଏଥିରେ ୮ ଟି ଦଳ ଅଂଶ ଗ୍ରହଣ କରିଛନ୍ତି l ଆଜିର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜେଡି ଜ଼ିଲ୍ଲା ସଭାପତି ତଥା ଅଲଫା ସ୍ପୋର୍ଟଙ୍ଗି କ୍ଲୁବ ସଭାପତି ଡ଼.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଅନ୍ୟମାନଙ୍କ ମଧ୍ୟରେ ସକାଳ ଖବର କାଗଜର ଦକ୍ଷିଣ ଓଡିଶା ମୁଖ୍ୟ ଶକ୍ତିଧର ରାଜଗୁରୁ,ଅଲଫା ସ୍ପୋର୍ଟିଂକ୍ଲୁବ ର ସମ୍ପାଦକ ବିଜୟ ଭାସ୍କର ସିଂସାମନ୍ତ,ଏଡ଼ଭାଇଜର ଅମିତ କୁମାର ଦାସ, କ୍ରିକେଟ ଆସୋସିଏସନର ଟ୍ରେଜେରର ରାମୁଣୀ ମହାନ୍ତି,ସିମାଞ୍ଚଳ ସାହୁ,ସାନ୍ତୁନୁ ମିଶ୍ର, କନିଷ୍କ ରାଉତ, ପିଣ୍ଟୁ ମହାରଣା ଉପସ୍ଥିତ ରହି ଏହି ଖେଳକୁ ପରିଚଳନା କରିଥିଲେ l ଆଜିର ପ୍ରଥମ ମ୍ୟାଚ ଏକ୍ସଫୋର୍ଡ କ୍ଲୁବ ବନାମ ଖଲ୍ଲିକୋଟ କ୍ରିକେଟ କ୍ଲୁବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଖଲ୍ଲିକୋଟ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତି ନେଇଥିଲେ l ନିର୍ଦ୍ଧାରିତ ୩୫ ଓଭର ମ୍ୟାଚରେ ୩୩. ୪ ଓଭର ଖେଳି ସମସ୍ତ ଉଇକେଟ ହରାଇ ୧୫୩ ରନ କରିଥିଲେ l

ଦଳ ପକ୍ଷରୁ ଶ୍ରୀକାନ୍ତ ଗୌଡ଼ ୭୭ ବଳ ଖେଳି ୫୧ ରନ କରିଥିଲେ l ଅକ୍ସଫୋର୍ଡ କ୍ଲୁବ ପକ୍ଷରୁ ବୋଲିଂରେ ସେବାଗ ନାୟକ,ସଂଗ୍ରାମ ବାଡ଼ତିଆ, ସୁରଜ ପଟ୍ଟନାୟକ ତିନି ତିନୋଟି ଉଇକେଟ ଅକ୍ତିହାର କରିଥିଲେ l ଜବାବରେ ଅକ୍ସଫୋର୍ଡ ଦଳ ୧୯. ୧ ଓଭର ଖେଳି ୪ ଗୋଟି ଉଇକେଟ ବିନିମୟରେ ଆବଶ୍ୟକ ୧୫୬ ରନ କରି ବିଜୟୀ ଲାଭ କରିଲେ l ଦଳ ପକ୍ଷରୁ ସଂଗ୍ରାମ ବଡ଼ତ୍ୟା ୩୬ ବଲ ଖେଳି ୪o ରନ ଓ କେ ରୋହିତ କୁମାର ୪୨ ବଲ ଖେଳି ୩୭ ରନ କରିଥିଲେ l ଏହି ମ୍ୟାଚକୁ ଅକ୍ସଫୋର୍ଡ ଦଳ ୬ ଗୋଟି ଉଇକେଟ ରେ ମ୍ୟାଚ ଜିତିନେଇଥିଲେ l ଆଜିର ମ୍ୟାଚରେ ଏମ୍ପାୟାର ଭାବେ ରଜନୀ କାନ୍ତ ରେଡି ଓ ସୁଶାନ୍ତ କୁମାର ପଣ୍ଡା ଖେଳକୁ ପରିଚଳନା କରିଥିବା ବେଳେ ସ୍କୋରର ଭାବେ ଅଜୁ ଦାସ ସହୋଯୋଗ କରିଥିଲେ l ଆଜିର ମ୍ୟାଚରେ ମେନ ଅଫ ଦା ମ୍ୟାଚ ଭାବେ ସଂଗ୍ରାମ ବଡ଼ତ୍ୟା ପୁରସ୍କୃତ ହୋଇଛନ୍ତି lତେବେ ବ୍ରହ୍ମପୁରଠାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ କରିବା ଲାଗି ସମସ୍ତଙ୍କୁ ଅନୁମତି ମିଳୁଥିଲେ ସୁଦ୍ଧା ଆଲଫା ସ୍ପୋର୍ଟିଂ କ୍ଲବକୁ ଆକ୍ରୋଶ ମୂଳକ ଭାବେ ମ୍ୟାଚ୍ ଆୟୋଜନ କରିବା ଲାଗି ଅନୁମତି ମିଳିଲା ନାହିଁ l ଏନେଇ କ୍ଲବର ସଂପାଦକ ଭୂବନେଶ୍ୱର ଯାଇ ଅନୁମତି ଆଣିବାକୁ ଉଦ୍ୟମ କରିଥିଲେ ସୁଦ୍ଧା ମିଳି ନଥିବା ନେଇ ଖେଳାଳି ମାନଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି l

Leave a Reply

Your email address will not be published. Required fields are marked *