ଖବର ପ୍ରସାରଣ ପରେ ନିଦ ଭାଙ୍ଗିଲା

ସୋରଡ଼ା ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅଧୀନରେ ଥିବା ବରାଡ଼ି ଠାରୁ ଭାୟା ଅମୃତୁଲୁ ଦେଇ ଲୋକମାରିକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଲୋକଙ୍କ ପାଇଁ ମରଣ ଯନ୍ତା ପାଲଟିଥିଲା। ରାସ୍ତା ସାରା ବଡ଼ ବଡ଼ ଖାଲଖମା ରେ ଭର୍ତି ହୋଇ ରହିଥିଲା। ରାସ୍ତା କାମ ସରିବାର ଏକ ମାସ ନ ପୂରୁଣୁ କଂକ୍ରିଟ ରାସ୍ତାରୁ ସିମେଣ୍ଟ ଓ ମେଟାଲ ବାହାରି ରାସ୍ତାରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଥିଲା। ଏହି ରାସ୍ତା ଉପରେ ପାଞ୍ଚଟି ପଂଚାୟତର ୭୦ ରୁ ଉର୍ଦ୍ଧ ଗାଁର ଲୋକେ ଯା ଆସ କରୁଥିଲେ। ଏହି ରାସ୍ତାକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରି ୨୦୨୧-୨୨ ଆର୍ଥିକ ବର୍ଷରେ ସରକାର ୫କୋଟି ୧୮ ଲକ୍ଷ ଟଙ୍କା ବ୍ୟୟ ବରାଦ କରି ରାସ୍ତା କାମ କରିଥିଲେ।ତେବେ ଅତି ନିମ୍ନମାନର ରାସ୍ତା କାମ କରାଯାଇଥିବା ଯୋଗୁଁ କଂକ୍ରିଟ ରାସ୍ତା ଗୁଡିକ ସମ୍ପୂର୍ଣ ନଷ୍ଟ ହୋଇଯାଇଥିଲା। ଫଳରେ ଜନସାଧାରଣ ଓ ଗାଡି ଚଳାଚଳ ରେ ନାନା ସମସ୍ୟା ଉପୁଜୁଥିଲା। ଗ୍ରାମବାସୀ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି କିଛି ସୁଫଳ ପାଇ ନଥିଲେ। ଏସମ୍ପର୍କରେ ଖବର ପ୍ରସାରଣ ହେବା ପରେ ବିଭାଗୀୟ କର୍ତ୍ତୃପକ୍ଷ ତପ୍ତରତା ପ୍ରକାଶ କରି ରାସ୍ତା ମରାମତି ପାଇଁ ପଦକ୍ଷେପ ନେଇଥିଲେ। ରାସ୍ତା ଓ କୋଠାବାଡି ବିଭାଗ ଏହି ରାସ୍ତାର ମରାମତି କାମ ଆରମ୍ଭ କରିଛି।

ଖବର ପ୍ରସାରଣ ପରେ ନିଦ ଭାଙ୍ଗିଲା ବିଭାଗୀୟ ଅଧିକାରୀ ଙ୍କ ଆରମ୍ଭ ହେଲା ରାସ୍ତା କାମ ସୋରଡ଼ା (ନାରାୟଣ ଡାକୁଆ)ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅଧୀନରେ ଥିବା ବରାଡ଼ି ଠାରୁ ଭାୟା ଅମୃତୁଲୁ ଦେଇ ଲୋକମାରିକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଲୋକଙ୍କ ପାଇଁ ମରଣ ଯନ୍ତା ପାଲଟିଥିଲା। ରାସ୍ତା ସାରା ବଡ଼ ବଡ଼ ଖାଲଖମା ରେ ଭର୍ତି ହୋଇ ରହିଥିଲା। ରାସ୍ତା କାମ ସରିବାର ଏକ ମାସ ନ ପୂରୁଣୁ କଂକ୍ରିଟ ରାସ୍ତାରୁ ସିମେଣ୍ଟ ଓ ମେଟାଲ ବାହାରି ରାସ୍ତାରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଥିଲା। ଏହି ରାସ୍ତା ଉପରେ ପାଞ୍ଚଟି ପଂଚାୟତର ୭୦ ରୁ ଉର୍ଦ୍ଧ ଗାଁର ଲୋକେ ଯା ଆସ କରୁଥିଲେ। ଏହି ରାସ୍ତାକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରି ୨୦୨୧-୨୨ ଆର୍ଥିକ ବର୍ଷରେ ସରକାର ୫କୋଟି ୧୮ ଲକ୍ଷ ଟଙ୍କା ବ୍ୟୟ ବରାଦ କରି ରାସ୍ତା କାମ କରିଥିଲେ।ତେବେ ଅତି ନିମ୍ନମାନର ରାସ୍ତା କାମ କରାଯାଇଥିବା ଯୋଗୁଁ କଂକ୍ରିଟ ରାସ୍ତା ଗୁଡିକ ସମ୍ପୂର୍ଣ ନଷ୍ଟ ହୋଇଯାଇଥିଲା। ଫଳରେ ଜନସାଧାରଣ ଓ ଗାଡି ଚଳାଚଳ ରେ ନାନା ସମସ୍ୟା ଉପୁଜୁଥିଲା। ଗ୍ରାମବାସୀ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି କିଛି ସୁଫଳ ପାଇ ନଥିଲେ। ଏସମ୍ପର୍କରେ ଖବର ପ୍ରସାରଣ ହେବା ପରେ ବିଭାଗୀୟ କର୍ତ୍ତୃପକ୍ଷ ତପ୍ତରତା ପ୍ରକାଶ କରି ରାସ୍ତା ମରାମତି ପାଇଁ ପଦକ୍ଷେପ ନେଇଥିଲେ। ରାସ୍ତା ଓ କୋଠାବାଡି ବିଭାଗ ଏହି ରାସ୍ତାର ମରାମତି କାମ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *