ଧଳା ଜହର ସହ ଦୁଇ ଅଭିଯୁକ୍ତ ଗିରଫ ।

ଏକ ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ, ଜଟଣୀ ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ ସେଞ୍ଚୁରିଆନ ଇଉନିଭର୍ସିଟି ରୋଡ଼ ରେ ଥିବା ଖଣ୍ଡୁଆଳ ମନ୍ଦିର ନିକଟରେ ସଦଳବଳେ ଅତର୍କିତ ଚଢଉ କରିବା ସହିତ ବେଆଇନ ବ୍ରାଉନ ସୁଗାର ବିକ୍ରୟ ଅଭିଯୋଗରେ ସେଖ ଅସ୍ରଫ,କୁଦିଆରି ବଜାର,ଜଟଣୀ ଓ ମନୋଜ କୁମାର ନାୟକ, ଲୋକ କଲୋନୀ,ଜଟଣୀ ଦୁଇଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଛାନଭିନ ସମୟରେ ପୁଲିସ ଅଭିଯୁକ୍ତ ଦୁହିଁଙ୍କ ନିକଟରୁ ମୋଟ ୧୧.୬୫ ଗ୍ରାମ ଓଜନର ବ୍ରାଉନ ସୁଗାର ଏବଂ ୭୯୦/- ଟଙ୍କା ଜବତ କରିଥିଲେ । ପଚରାଉଚରା ସମୟରେ ଅଭିଯୁକ୍ତ ଦୁହେଁ ସେମାନଙ୍କର ଅପରାଧ ସ୍ଵୀକାର କରିଥିଲେ ଓ ସମ୍ପୃକ୍ତ ବେଆଇନ ବ୍ରାଉନ ସୁଗାର କୁ ବାଲେଶ୍ବର ଅଞ୍ଚଳରୁ ସଂଗ୍ରହ କରି ସ୍ଥାନୀୟ ଅଞ୍ଚଳରେ ବିକ୍ରୟ କରୁଥିବା ଦର୍ଶାଇଥିଲେ । ଅଭିଯୁକ୍ତ ମାନଙ୍କର ପୂର୍ବଚରିତ ଅପରାଧିକ ସମ୍ପୃକ୍ତି ଯାଞ୍ଚ ବେଳେ ଅଭିଯୁକ୍ତ ଦୀଲୁଙ୍କ ନାମରେ ପୂର୍ବରୁ ଜଟଣୀ ଥାନାରେ ୩ ଟି ଅପରାଧିକ ମାମଲା ରହିଛି । ଏହି ଘଟଣାକୁ କେନ୍ଦ୍ରକରି ଜଟଣୀ ଥାନା ପୁଲିସ ଏକ ବେଆଇନ ବ୍ରାଉନସୁଗାର ବିକ୍ରି ଜନିତ ମାମଲା ରୁଜୁ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କେସ ନମ୍ୱର ୪୬୦ ରେ କୋର୍ଟ ଚାଲାଣ କରିଛନ୍ତି । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Leave a Reply

Your email address will not be published. Required fields are marked *