ହିନ୍ଦୁ ସମାଜର ସୁରକ୍ଷା ପାଇଁ ବିଶାଳ ସଂଖ୍ୟାରେ ଜିଲ୍ଲାପାଳଙ୍କ ଅଫିସ ଘେରାଉ କଲା ହିନ୍ଦୁ ସଙ୍ଗଠନ

ଭଦ୍ରକ ଜିଲ୍ଲାରେ ବିଗତ କିଛି ମାସ ଧରି ହିନ୍ଦୁ ସମାଜ ଓ ହିନ୍ଦୁ ମାନଙ୍କର ଧାର୍ମିକ ଆସ୍ଥା ଉପରେ ବହୁମୁଖୀ ଆକ୍ରମଣ ଏବଂ ଜିଲ୍ଲାକୁ ଅଶାନ୍ତ କରିବା ପାଇଁ ଷଡଯନ୍ତ୍ର ଆଦି ବିଷୟରେ ଅନେକ ଥର ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ ପ୍ରଶାସନର ନିରବତା ପାଇଁ ଆଜି ଭଦ୍ରକର ସମସ୍ତ ହିନ୍ଦୁ ସଙ୍ଗଠନ, ସାମାଳିକ ସଙ୍ଗଠନ, ଆଧ୍ୟାତ୍ମିକ ସଙ୍ଗଠନର କାର୍ଯ୍ୟକର୍ତ୍ତା ଓ ଭଦ୍ରକ ଜିଲ୍ଲାର ହଜାର ହଜାର ଜନସାଧାରଣ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାର କରିଥିଲେ । ପ୍ରକାଶ ଥାଉକି ସେପ୍ଟେମ୍ବର ୨୭, ସନ୍ଧିଆ ଠାରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ମୁଖ୍ୟ ଆସାମୀ ଗିରଫ ନହେବା। ଜିଲ୍ଲାରେ କ୍ଷୀପ୍ର ଭାବେ ବଢୁଥିବା ଉଭଜେହାଦ ଘଟଣା ଗୁଡିକରେ ତୁରନ୍ତ ପଦକ୍ଷେପ ପାଇଁ ଜିଲ୍ଲାର ସ୍ବତନ୍ତ୍ର ପ୍ରକୋଷ୍ଠ ଗଠନ କରାଯିବା । ବାଙ୍ଗଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଓ ଦେଶାନ୍ତର କରିବା ଓ ସେମାନଙ୍କୁ ଆଶ୍ରୟ ଓ ଘରଇଜା ଦେଉଥିବା ଲୋକ ଓ ସେମାନଙ୍କ ଆଧାର, ଭୋଟରକାର୍ଡ ପରିଚୟ ପତ୍ର ପ୍ରସ୍ତୁତ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା । କ୍ରମାଗତ ଭାବରେ ଭଦ୍ରକରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ। ଗୋହତ୍ୟା ସମ୍ପୂର୍ଣ୍ଣ ନିଷିଦ୍ଧ ଓ ଗୋଚାଲାଣ ସମ୍ପୂର୍ଣ୍ଣ ବନ୍ଦ ସହ ରାଜ୍ୟ ସରକାରଙ୍କ ୧୯୬୦ ଗୋହତ୍ୟା ନିରୋଧ ଆଇନର କଜାଳତି ପାଳନ କରିବା । ହମାସ ଓ ତେହେରିବ ତାଲିବାନ ଏବଂ ଅନ୍ୟ ଆତଙ୍କବାଦୀ ସଙ୍ଗଠନ ସହ ଜଡିତ ବ୍ୟକ୍ତିଙ୍କୁ ଗିରଫ କରାଯାଇ । ଏହି ଘଟଣାର ଏନ.ଆଇ. ଏ. ତଦନ୍ତ ପାଇଁ ସୁପାରିଶ କରିବା । ଭଦ୍ରକ ଜିଲ୍ଲାରେ ଖ୍ରୀଷ୍ଟିୟାନ ମାନଙ୍କ ଦ୍ବାରା ଧର୍ମାନ୍ତରୀକରଣ ସମ୍ପୂର୍ଣ ବନ୍ଦ କରାଯିବା ସହ ଧର୍ମାନ୍ତରୀତ ହୋଇଥିବା ବ୍ୟକ୍ତିଙ୍କ ଜାତି ଆଧାରିତ ସମସ୍ତ ସରକାରୀ ସହାୟତା ବନ୍ଦ କରି ଅବୈଧ ବର୍ଜ ନିର୍ମାଣ ଚନ୍ଦ ହେଉ । ସନ୍ଧିଆରେ ଦୀର୍ଘଦିନ ଧରି ଅଧାପନ୍ତରିଆ ପତିରହିଥିବା ନିଜସ୍ୱ ଜମିରେ ହନୁମାନ ମନ୍ଦିର ନିର୍ମାଣ ପାଇଁ ତୁରନ୍ତ ପ୍ରତିବନ୍ଧ ହଟାଯିବା ଓ ବିଗତ ଦିନରେ ଭଦ୍ରକର ବିଭିନ୍ନ ସ୍ଥାନରେ ହିନ୍ଦୁଙ୍କ ଉପରେ ଆକ୍ରମଣ ହୋଇଥିବା ଘଟଣାର ସମସ୍ତ ମୁଖ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା । ଭଦ୍ରକର ଐତିହାସିକ ସଦାବର୍ତ୍ତ ମଠର ଜମିଳୁ ସରକାର ନିଜ ଅଧୁନରେ କରିଥିବା ଜମିଳୁ ମଠକୁ ହସ୍ତାନ୍ତର କରିବା ସହିତ ମହିଳା ମହାବିଦ୍ୟାଳୟ ନିକଟ ଏବଂ ଅନ୍ୟତ୍ର ସମସ୍ତ ଜମିକୁ ଜବରଦଖଲରୁ ମୁକ୍ତ କରିବା ଆଦି ଦାବୀକୁ ଉଠାଇ ଜିଲ୍ଲାପାଳଙ୍କ ଅଫିସ ଘେରାର କରାଯାଇଥିଲା । ଆଜି ଭଦ୍ରକର ସମସ୍ତ ହିନ୍ଦୁ ସଙ୍ଗଠନ ଯଥା- ଭାରତୀୟ ମଜଦୂର ସଂଘ, ଅଧ୍ୟବକ୍ତା ପରିଷଦ, ଧର୍ମରକ୍ଷା ସମିତି, ହିନ୍ଦୁ ଜାଗରଣ ମଞ୍ଚ, ଶ୍ରୀରାମ ମହାଯଜ୍ଞ ସମିତି, ଭାରତ ବିକାଶ ପରିଷଦ, ବିଶ୍ବହିନ୍ଦୁ ପରିଷଦ, ବଡରଙ୍ଗ ଦଳ, ଦୁର୍ଗାବାହିନୀ, ଅଖୁଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଜିଲ୍ଲା ଏକତା ରକ୍ତ ସଙ୍ଗଠନ, ଆର୍ଯ୍ୟ ସମାଜ, ସମ୍ଭବ ଫାଉଣ୍ଡେସନ, ନୀଳ ସରସ୍ୱତୀର ସମସ୍ତ କାର୍ଯ୍ୟକର୍ଗା ଓ ୬୦୦୦ ଗୁ ଭର୍ତ୍ତ ଜନସାଧାରଣ ଗାନ୍ଧୀପଡିଆରୁ ବିଶାଳ ରାଲି ବାହାରି ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଏକ ଜନସଭା ଅନୁଷ୍ଠିତ କରାଯାଇଥିଲା। ଏଥିସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧ‌ି ମଣ୍ଡଳୀ ଜିଲ୍ଲାପାଳଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିଥିଲେ । ଉକ୍ତ ମଣ୍ଡଳୀରେ ହିନ୍ଦୁ ସଙ୍ଗଠକ ମାନସ ମହାନ୍ତି, ଆଇନଜୀବୀ ନିତ୍ୟାନନ୍ଦ ନାୟକ, ସମାଜସେବୀ ଶରତ ପଢିଆରୀ, ବସନ୍ତ ଗାରତ, ସ୍ୱାଧନ ସୁନ୍ଦର ଦାସ, ବିଭୂଚନ୍ଦନ ଜେନା, ଆଇନଜୀବୀ ବିଜୟ କୁମାର ଦାସ, ରତିକାନ୍ତ ଆଚାର୍ଯ୍ୟ, କାହ୍ନୁ ବାରିକ, ଡ. ଅଜୟ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଶଶାଙ୍କ ଶେଖର ସାମଲ ସଭା ପରିଚାଳନା କରିଥିଲାବେଳେ ଅନେକ ସଙ୍ଗଠନର କାର୍ଯ୍ୟକର୍ତ୍ତା ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *