ଶିଶୁ ହସିଲେ ଦେଶ ହସିବ
ଶିଶୁ ଆମର ପ୍ରିୟ
ଜବାହାର ଙ୍କ ଜନମ ଦିନ
ଶିଶୁ ଙ୍କ ପାଇଁ ଶ୍ରେୟ
ଶିଶୁ ଆମର ପ୍ରିୟ।
ସେହି ଦିନକୁ ସ୍ମରଣ କରି
ସମସ୍ତ ଭାରତୀୟ
ଶିଶୁ ଦିବସ ପାଳନ କଲେ
ଚାଚାଙ୍କୁ ଦେଇ ଶ୍ରେୟ
ସମସ୍ତ ଭାରତୀୟ।
ନଭେମ୍ବର ର ଚଉଦ ଦିନେ
ଜନ୍ମିଥିଲେ ନେହେରୁ
ପ୍ରଥମ ପ୍ରିୟ ପ୍ରଧାନ ମନ୍ତ୍ରୀ
ହୋଇଲେ ଭାରତରୁ
ଜନ୍ମିଥିଲେ ନେହେରୁ।
ଗୋଲାପ ଫୁଲ ‌ତାଙ୍କର ପ୍ରିୟ
ପ୍ରିୟ ଯେ ଶିଶୁଗଣ
ସଭିଙ୍କୁ ସିଏ ଭଲ ପାଆନ୍ତି
ଏହା ଯେ ଭଲ ଗୁଣ
ପ୍ରିୟ ଯେ ଶିଶୁଗଣ।
ଭାରତ ବର୍ଷେ ସବୁ ପ୍ରଦେଶେ
ଉତ୍ସାହ ଆନନ୍ଦରେ
ପାଳିତ ହୁଏ ଶିଶୁ ଦିବସ
ଆନନ୍ଦ ସହକାରେ
ଉତ୍ସାହ ଆନନ୍ଦରେ।
ଶ୍ରୀ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା ୭୫୯୦୧୬

Leave a Reply

Your email address will not be published. Required fields are marked *