ରାଜ୍ୟ ସ୍ତରୀୟ ପ୍ରେସ୍ ଦିବସ ଉପଲକ୍ଷେ ସାମ୍ବାଦିକତା ଏବଂ ଗଣଯୋଗାଯୋଗ ଛାତ୍ର ଛାତ୍ରୀଙ୍କ ବକ୍ତୃତା ପ୍ରତିଯୋଗିତା

ଭୁବନେଶ୍ୱର , ଆଜି ପୂର୍ବାହ୍ନରେ ଓଡିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଲୋକସମ୍ପର୍କ ଭବନ ସମ୍ମିଳନୀ କକ୍ଷରେ ରାଜ୍ୟ ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳନ ଉପଲକ୍ଷେ ସାମ୍ବାଦିକ ଏବଂ ଗଣଯୋଗାଯୋଗ ପଠନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଭାରତୀୟ ଜାତୀୟ ପ୍ରେସ୍ ପରିଷଦ ପ୍ରଦତ୍ତ ବିଷୟ ବସ୍ତୁ ଆଧାରରେ ଓଡ଼ିଆ ଏବଂ ଇଂରାଜୀ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏହି ପ୍ରତିଯୋଗିତାରେ ରାଜ୍ୟ ସଦର ମହକୁମାରେ ଥିବା ବିଭିନ୍ନ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ l ବିଚାରକ ମଣ୍ଡଳୀରେ ବରିଷ୍ଠ ସାମ୍ବାଦିକ ଡ଼. ଅଶୋକ କୁମାର ପଣ୍ଡା, ବରିଷ୍ଠ ସାମ୍ବାଦିକ ଶ୍ରୀ ଅକ୍ଷୟ କୁମାର ସାହୁ, ବରିଷ୍ଠ ଗଣଯୋଗାଯୋଗ ନିର୍ବାକ ଡ. ଗିରିଶ ଚନ୍ଦ୍ର ସ୍ୱାଇଁ ଯୋଗଦେଇଥିଲେ l ଏହି ପ୍ରତିଯୋଗିତାରେ କୃତ କାର୍ଯ୍ୟ ହାସଲ କରିଥିବା 6 ଜଣ ପ୍ରତିଯୋଗୀଙ୍କୁ ନଭେମ୍ବର 16 ତାରିଖ ଦିନ ଦିବସ ପାଳନ ସମାରୋହରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯିବ l

Leave a Reply

Your email address will not be published. Required fields are marked *