ଡେଲାଙ୍ଗରେ ରାଷ୍ଟ୍ରୀୟ ପ୍ରେସ ଦିବସ -୨୦୨୪ ପାଳିତ

ଡେଲାଙ୍ଗ,, ମେକ୍ ଇନ ଇଣ୍ଡିଆ ଆଣ୍ଡ ମିଡ଼ିଆ ପରିବାର ଏବଂ ଡେଲାଙ୍ଗ ପ୍ରେସ କ୍ଳବ ମିଳିତ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ପ୍ରେସ ଦିବସ , ଶନିବାର ପୂର୍ବାହ୍ନରେ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବାବା ବଣିବକ୍ରେଶ୍ଵର ପୀଠ, କୁଆପଦା ଠାରେ ପାଳିତ ହୋଇଯାଇଛି ! ବରିଷ୍ଠ ସାମ୍ବାଦିକ ତଥା ପ୍ରକୃତିବନ୍ଧୁ ଦିଲ୍ଲୀପ କୁମାର ଧାଉଡ଼ିଆଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଶିକ୍ଷାବିତ ତଥା ସାରସ୍ୱତ ସାଧକ ରମେଶ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ! ଏହି ଅବସରରେ ସ୍ଵଚ୍ଚ ଭାରତ ଅଭିଯାନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହିତ “ସୁସ୍ଥ ସମାଜ ଗଠନରେ ମିଡ଼ିଆ ର ଭୂମିକା “ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା !ଏଥିରେ ବହୁ ସଂଖ୍ୟାରେ ସାମ୍ବାଦିକ,ସାହିତ୍ୟିକ, ସମାଜସେବୀ, ଶିକ୍ଷାବିତ, ବୁଦ୍ଧିଜୀବି ସହିତ ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା ସାମିଲ ହୋଇ ଉତ୍ସାହର ସହିତ ଜାତୀୟ ପ୍ରେସ ଦିବସ ପାଳନ କରିଥିଲେ ! ସାମ୍ବାଦିକ ସିଦ୍ଧାର୍ଥ ବଳବନ୍ତରାୟ, ବିଭୁତି ଭୂଷଣ ହରିଚନ୍ଦନ,ଜନପ୍ରତିନିଧି ପ୍ରଶାନ୍ତ କୁମାର ରାଉତରାୟ, ସମାଜସେବୀ ବେଣୁଧର ମଙ୍ଗରାଜ,ବାବୁରାମ ଦାସ,ବିକ୍ରମ ଜେନା,ସୁନୀଲ ମିଶ୍ର,ରବୀନ୍ଦ୍ର କୁମାର ସାହୁ, ସାମାଜିକକର୍ମୀ ଗଙ୍ଗାଧର ନିଶଙ୍କ ଏବଂ ସମାଜସେବୀ କଲ୍ୟାଣୀ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ! ଶେଷରେ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଦିଲ୍ଲୀପ କୁମାର ଧାଉଡ଼ିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ!

Leave a Reply

Your email address will not be published. Required fields are marked *