ବିର୍ସା ମୁଣ୍ଡା ଜୟନ୍ତୀ ପାଳନ
ବିର୍ସା ମୁଣ୍ଡା ଜୟନ୍ତୀ ପାଳନ ଧରାକୋଟ:-ସହିଦ ବିର୍ସା ମୁଣ୍ଡା ଙ୍କ ୧୫୦ ତମ ଜୟନ୍ତୀ ପାଳନ ଅବସରରେ ଧରାକୋଟ ବ୍ଲକର ଆଦିବାସୀ ଅଧ୍ୟୁଷିତ ବଳରାମ ପୁର ପଞ୍ଚାୟତ ର ଜଳି ପ୍ରାଥମିକ ବିଦ୍ୟାଳୟ ରେ ଜନ ଜାତୀୟ ଦିବସ ପାଳନ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ମଲିକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଏ ବି ଡି ଓ ସୁଶିଲ ପଟ୍ଟନାୟକ,ସମିତି ସଭ୍ୟ ରୁସଭ ମଣ୍ଡଳ, ପି ଇ ଓ ରମେଶ ଚନ୍ଦ୍ର ପୃଷ୍ଟି,ସମାଜ ସେବୀ ବିଭୂତି ଭୂଷଣ ସ୍ୱାଇଁ,ବନରକ୍ଷୀ ବସୁମତୀ ବେହେରା ଓ ଏ ଡି ଇ ଓ କୃଷ୍ଣ ଚନ୍ଦ୍ର ଗୌଡ଼ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ସ୍ବତନ୍ତ୍ର ଜନସଭା ସହ ଜଙ୍ଗଲ ସୁରକ୍ଷା ଆଇନ, ପେସା ନିୟମ,ଗ୍ରାମପଞ୍ଚାୟତ ବିକାଶ ଯୋଜନା,ପଞ୍ଚାୟତ ବିକାଶ ସୂଚୀ ସହ ଜଳ,ଜଙ୍ଗଲ ଓ ଜମିର ସୁରକ୍ଷା ପାଇଁ ବିର୍ସା ମୁଣ୍ଡା ନେଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଅଞ୍ଚଳରେ ଆଦିବାସୀ ମାନଙ୍କ ବିକାଶ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଶିକ୍ଷକ ବିପ୍ର ଚରଣ ବେହେରା,ଅଙ୍ଗନୱାଡ଼ି କର୍ମୀ ମିରବାଇ ସ୍ୱାଇଁ,ସହାୟିକା ସୁମତି ନାୟକ, ଆଶା କର୍ମୀ ଚମ୍ପା ବେହେରା ଓ ୱାର୍ଡ ସଭ୍ୟ କସ୍ତୁରୀ ମଣ୍ଡଳଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ସମ୍ବିଧାନ ର ପ୍ରବନ୍ଧନ ଓ ଓ ସୁରକ୍ଷା ପାଇଁ ସମସ୍ତେ ଶପଥ ଗ୍ରହଣ କରିଥିଲେ। ପି ଇ ଓ ରମେଶ ଚନ୍ଦ୍ର ପୃଷ୍ଟି ଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଯୋଗାଣ ସହାୟକ ନୀଳମାଧବ ପ୍ରଧାନ ସହଯୋଗ ପ୍ରଦାନ କରିଥିଲେ। ସେହିପରି ସାବା ଆଶ୍ରମ ବିଦ୍ୟାଳୟ ପରିସରରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଇସାକ ପ୍ରଧାନ ଙ୍କ ତତ୍ତ୍ଵାବଧାନରେ ବିର୍ସା ମୁଣ୍ଡା ଜୟନ୍ତୀ ପାଳନ ହୋଇଯାଇଛି ।
