ଓଡିଶା ଭିନ୍ନକ୍ଷମ ମଞ୍ଚ ଓ ଦାମୋଦର ଜୀଉ ସେବାୟତ ଭଦ୍ରକ ପକ୍ଷରୁ ଧଳା ବାଡ଼ି ନିରାପଦ ଦିବସ ପାଳିତ
ଭଦ୍ରକ: ଓଡିଶା ଭିନ୍ନକ୍ଷମ ମଞ୍ଚ ଓ ଦାମୋଦର ଜୀଉ ସେବାୟତ ଭଦ୍ରକ ପକ୍ଷରୁ ଧଳା ବାଡ଼ି ନିରାପଦ ଦିବସ ସ୍ଥାନୀୟ ବାଲ ଗୋପାଳ ମନ୍ଦିର ଠାରେ ପାଳିତ ହୋଇଛି।ପ୍ରଥମେ ମୁଖ୍ୟ ଅତିଥି ମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଅଜୟ କୁମାର ସାହୁଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ , ମୁଖ୍ୟ ବକ୍ତାଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମଲୋଚନ ଦାସ , ପୂର୍ବତନ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସିବରାମ ଧଳ ସଭା ପରିଚାଳନା କରିଥିଲେ । ମଞ୍ଚର ମୁଖ୍ୟ ଉପଦେଷ୍ଟା ବିଜୟ କୁମାର ମହାନ୍ତି , ସହ ଉପଦେଷ୍ଟା ବେଣୁଧର ପଣ୍ଡାଙ୍କ ସମେତ ଅନ୍ୟ କର୍ମକର୍ତ୍ତା ସମେତ ବହୁ ଚକ୍ଷୁ ବାଧିତ ଉପସ୍ଥିତ ଥିଲେ। ମୂଖ୍ୟ ଅତିଥି ବିଧାୟକ ସରକାରଙ୍କ ବିଭିନ ଯୋଜନା ମାଧ୍ୟମରେ କିପରି ସାହଯ୍ୟ ପାଇପାରିବେ ଆଲୋଚନା କରିଥିଲେ ଶେଷରେ ମୂଖ୍ୟ ଅତିଥି ନିକଟରୁ ୬୦ ଜଣ ଚକ୍ଷୁ ବାଧିତଙ୍କୁ ଧଳା ବାଡ଼ି ପ୍ରଦାନ କରାଇଥିଲା ।
ରିପୋର୍ଟ- ପୁନିଲ କୁମାର ସାମନ୍ତ।
