ଅନନ୍ତ ମାଧବ ଯୁଗୋପଯୋଗୀ ଜନକଲ୍ୟାଣ ମହାଯଜ୍ଞ ଓ ନିଃଶୁଳ୍କ ଚୁମ୍ବକ ଚିକିତ୍ସା
ଅନନ୍ତ ମାଧବ ଯୁଗୋପଯୋଗୀ ଜନକଲ୍ୟାଣ ମହାଯଜ୍ଞ ଓ ନିଃଶୁଳ୍କ ଚୁମ୍ବକ ଚିକିତ୍ସା lକବିସୂର୍ଯ୍ୟନଗର, (ତା 16/11/24) କବିସୂର୍ଯ୍ୟନଗର ଆଠଗଡ଼ପାଟଣା ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ନିଃଶୁଳ୍କ ଚୁମ୍ବକ ଚିକିତ୍ସା ଓ ହୋମିଓ ଚିକିତ୍ସା ଏବଂ ଅନନ୍ତ ମାଧବ ଯୁଗୋପଯୋଗୀ ଜନ କଲ୍ୟାଣ ପଞ୍ଚ ମହାଯଂଜ୍ଞ ଆସନ୍ତା ଫେବୃଆରୀ 6 ତାରିଖ ରୁ 12 ତାରିଖ ଦୀର୍ଘ 7ଦିନ ବ୍ୟାପି ଅନୁଷ୍ଠିତ ହେବ l ଏହି ଅବସରରେ ଶୁଭ ଖୁଣ୍ଟି ସ୍ଥାପନ ପୂଜାକର୍ମ ଅନୁଷ୍ଠିତ ହୋଇଯାଇଛି l ସୁଧର୍ମା ସେବା ସଂଘ ପକ୍ଷରୁ ଆୟୋଜିତ କରାଯାଇଛି l ଯଂଜ୍ଞରେ ବହୁ ପ୍ରତିଷ୍ଠିତ ପ୍ରବଚକ,ସମାଜସେବୀ, ନେତୃବୃନ୍ଦ ଉପସ୍ଥିତ ରହି ମାର୍ଗଦର୍ଶନ ଦେବେ l ତିନିଦିନ ବ୍ୟାପି ଅର୍ଥାତ ଫେବୃଆରୀ 9 ଠାରୁ 11 ତାରିଖ ଯାଏ ସୁଧର୍ମା ସେବାସଙ୍ଘ ପକ୍ଷରୁ ନିଃଶୁଳ୍କ ଚୁମ୍ବକ ଚିକିତ୍ସା ଓ ହୋମିଓ ଚିକିତ୍ସା ଆୟୋଜନ କରାଯାଇଛି l ଆଠଗଡ଼ ଗ୍ରାମବାସୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ
