ଛାଡଖାଇ
କାର୍ତ୍ତିକ ମାସ ଟି ଧର୍ମ ମାସ ମଧ୍ଯେ
ଶ୍ରେଷ୍ଠ ମାସ ଅଟେ ଜାଣ
ପଞ୍ଚୁକ ପାଳନ୍ତି ସବୁ ଲୋକଗଣ
ହୋଇ କରି ଏକମନ
ଶ୍ରେଷ୍ଠ ମାସ ଅଟେ ଜାଣ।
ରସୁଣ ପିଆଜ ଖାଆନ୍ତି ନାହିଁ ଯେ
ଆମିଷ କୁ ଯେ ବାରଣ
ଡଙ୍ଗା ଭସାଅନ୍ତି ପାନ ଗୁଆ ଦେଇ
ଧରମ ପାଇଁ ତ ଜାଣ
ଆମିଷ କୁ ଯେ ବାରଣ।
ଦେବାଳୟ ଭିଡ଼ ପୂର୍ଣ୍ଣିମା ତିଥି ରେ
କଲ୍ୟାଣ ପାଇବା ପାଇଁ
ଆଶିଷ ଲଭନ୍ତି ମନ୍ଦିର ଭିତରେ
ଦିଅଁ ଦେବତା କୁ ଚାହିଁ।
ପୂର୍ଣ୍ଣିମା ତିଥି ର ପରବର୍ତ୍ତୀ ଦିନ
ଛାଡଖାଇ ପଡେ ଜାଣ
ଆମିଷ ଭୋଜନ କେତେକ କରନ୍ତି
ତଇଳ ଦେଇ ବ୍ୟଞ୍ଜନ
ଛାଡଖାଇ ପଡେ ଜାଣ।
ସାକାହାରି ବ୍ୟକ୍ତି ଖାଆନ୍ତି ପିଆଜ ସଙ୍ଗରେ ନେଇ ରସୁଣ
ପିଆଜ ରସୁଣ ଔଷଧ ଅଟଇ
ଦେହ ପାଇଁ ହିତ ପୁଣ
ପିଆଜ ସଙ୍ଗେ ରସୁଣ।
କିଏ ବା ଖାଅଇ ମଟନ ଚିକେନ୍
କିଏ ବା ଖାଅଇ ମାଛ
ଛାଡଖାଇ ଦିନ ଏହି ପଶୁ ପକ୍ଷୀ ଛାଡନ୍ତି ଶେଷ ନିଃଶ୍ୱାସ
କିଏ ବା ଖାଅଇ ମାଛ।
ପରିବା ବଜାରେ ଶାକାହାରୀ ଲୋକ କିଣନ୍ତି ପରିବାଜାଣ
ଅଣଶାକାହାରୀ ଆମିଷ ବଜାରେ ଦେଖାନ୍ତି ତାଙ୍କ ର ଗୁଣ
କିଣନ୍ତି ପରିବାଜାଣ।
ଶ୍ରୀ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା ୭୫୯୦୧୬
