ସୋରଡ଼ା ରେ ବ୍ଳକ ସ୍ତରୀୟ ବିଜ୍ଞାନମେଳା ଆୟୋଜିତ
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଳକ ରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ 2024 ତରଫରୁ ସୋରଡ଼ା ର ଶଶିଭୂଷଣ ଉଚ୍ଚ ବିଦ୍ୟାଳୟ ଠାରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା |ଏହି କାର୍ଯ୍ୟକ୍ରମ ଟି ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ପ୍ରିୟ ଦର୍ଶନୀ ନାୟକ ଙ୍କ ତତ୍ୱାବଧାନ ରେ ଆୟୋଜନ ହୋଇଥିବା ବେଳେ ଏଥିରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ |ତତସହିତ ବରଣ୍ୟ ଅତିଥିଭାବେ ଉପ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସୁଶୀଳା ପାତ୍ର, ଏଡିସନାଲ ତହସିଲଦାର ଦୀନବନ୍ଧୁ ଟିଙ୍ଗୁଆ ପ୍ରମୁଖ ଯୋଗ ଦେଇଥିଲେ |ଛାତ୍ର ଛାତ୍ରୀ ଙ୍କ ବିଜ୍ଞାନ ପ୍ରକଳ୍ପ କୁ ସମୀକ୍ଷା ନିମନ୍ତେ ବିଜ୍ଞାନ ଅଧ୍ୟାପକ ଅଶୋକ ନାୟକ ଓ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ନିରଞ୍ଜନ ଗୌଡ଼ ଙ୍କୁ ବିଚାରପତି ଭାବେ ଦାୟିତ୍ୱ ଦିୟାଯାଇଥିଲା |ସମ୍ପୂର୍ଣ କାର୍ଯ୍ୟକ୍ରମ ଟି କୁ ସିଅରସୀ କାଳୁ ଚରଣ ପାଢ଼ୀ ଓ ରାଜେନ୍ଦ୍ର ବିଷୋୟୀ ପରିଚାଳନା କରିଥିଲେ | ଏଥିରେ ସୋରଡ଼ା ବ୍ଳକ ର ବିଭିନ୍ନ ବିଦ୍ୟାଳୟ ରୁ ସାତଟି ବିଭାଗ ପାଇଁ ପ୍ରାୟ ପଞ୍ଚସ୍ତୁରୀ(୭୫)ଟି ବିଜ୍ଞାନ ପ୍ରକଳ୍ପ ଆସିଥିବା ବେଳେ ପ୍ରଣତି ଗୌଡ଼, ରୁଦ୍ର ପ୍ରସାଦ ସ୍ୱାଇଁ, ସୋମ୍ୟରଞ୍ଜନ ପଟ୍ଟନାୟକ, ଆଦ୍ୟାଶା ଗୌଡ଼, ଭୋଳା ଭୂୟାଁ, କିସାନ ପାଢ଼ୀ, ସାଇରଞ୍ଜନ ପଣ୍ଡା ଜିଲ୍ଲା ସ୍ତର ପାଇଁ ଚୟନ ହୋଇଛନ୍ତି |ତତ ସହିତ ବିଦ୍ୟାଳୟ ପରିସରରେ ଭିନକ୍ଷମ ଛାତ୍ର ଛାତ୍ରୀ ଙ୍କୁ ବିଧାୟକ ଶ୍ରୀ ଯୁକ୍ତ ନୀଳମଣି ବିଷୋୟୀ ବିଭିନ୍ନ ଭିନକ୍ଷମ ଉପକରଣ ବଣ୍ଟନ କରି ଉତ୍ସାହିତ କରିଥିଲେ |
