ଅସ୍ତରଙ୍ଗ ବ୍ଲକରେ ଜନଅଭିଯୋଗ ଶୁଣାଣୀ

ଅସ୍ତରଙ୍ଗ୧୮/୧୧( ) ପ୍ରତ୍ୟେକ ବର୍ଷ ପୁରୀ ଜିଲ୍ଲାର ଭିନ୍ନ ଭିନ୍ନ ବ୍ଲକରେ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ବାସ୍ତବରେ ଲୋକଙ୍କ ହିତସାଧନ ହେଉଛି କି ନାହିଁ ତାହା ଜଣା ପଡୁନି। ସୋମବାର ପୁରୀ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶରତ ବେହେରାଙ୍କ ସଭା ପତିତ୍ଵ ରେ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ସ୍ୱାସ୍ଥ୍ୟ, ପଶୁସମ୍ପଦ, ପରିମଳ, ପାନୀୟଜଳ, ଶିକ୍ଷା ସହିତ ବିଭିନ୍ନ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।ଏହି ଅଭିଯୋଗ ପ୍ରକୋଷ୍ଠ ରେ ଦେଖିବାକୁ ମିଳିଥିଲା କିଛି ଲୋକ ଅନେକ ବାର ଅଭିଯୋଗ ଅତୀତ ଜନଶୁଣାଣୀ କାର୍ଯ୍ୟକ୍ରମ ରେ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନଙ୍କ ଅଭିଯୋଗ ଉପରେ ସ୍ଥାନୀୟ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଇନାହିଁ ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହିତ ତୁରନ୍ତ ଅଭିଯୋଗ ର ସମାଧାନ ପାଇଁ ସରକାର ଓ ପ୍ରଶାସନ କୁ ନିବେଦନ କରିଛନ୍ତି। ଏହି ଭଳି ଏକ କାର୍ଯ୍ୟ ସ୍ୱାଗତଯୋଗ୍ୟ କିନ୍ତୁ ବାସ୍ତବ ରେ ଲୋକ ଙ୍କ ସମସ୍ୟା ର ସମାଧାନ ହେଲେ ତାହା ସମାଜ କୁ ସୁନ୍ଦର ଲାଗିବ।ଏହି ପ୍ରକୋଷ୍ଠ ରେ ପାନୀୟଜଳ, ବନ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଶିକ୍ଷା ଓ ଅନ୍ୟ ଉନ୍ନୟନ ବିଭାଗ ସହିତ ଭିନ୍ନ ଭିନ୍ନ ସମୁଦାୟ ୧୮୦ ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା ଏବଂ ଵିଧିବଧ ଭାବେ ତଦନ୍ତ ତାହାକୁ କାର୍ଯ୍ୟ କରିବା ପାଇଁ ଉକ୍ତ ବିଭାଗ ଅଧିକାରୀ ମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ଙ୍କ ତରଫରୁ ପରାମର୍ଶ ମଧ୍ୟ ଦିଆଯାଇଛି. ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଅସ୍ତରଙ୍ଗ ବ୍ଲକ ପଶୁସମ୍ପଦ କାର୍ଯ୍ୟାଳୟ ରେ ପଶୁ ମାନଙ୍କ ପାଇଁ ଆବଶ୍ୟକ ମୁତାବକ ଔଷଧ ଯୋଗାଇ ଦିଆଯାଉନାହିଁ, ନିର୍ମାଣ ଗୃହ ବ୍ୟବହୃତ ଓ ଆବଶ୍ୟକୀୟ ଏଲଆଇ ନିଯୁକ୍ତି ସମସ୍ୟା ଲାଗିରହିଛି,ଯେଉଁଥି ପାଇଁ ଅନେକ ସମୟ ରେ ପଶୁ ପାଳନ କରୁଥିବା ଚାଷୀ ଙ୍କୁ ବହୁ ମୂଲ୍ୟ ରେ ବାହାରୁ ଔଷଧ କିଣିବାକୁ ପଡ଼ୁଚି ଯାହାକୁ ନେଇ ଜିଲ୍ଲା ପଶୁସମ୍ପଦ ଅଧିକାରୀ ଏହି ବାବଦରେ ମତାମତ ଦେବା ସହ ଆଗାମୀ ଦିନ ରେ ଏହି ଘଟଣା ଉପରେ ତଦାରଖ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *