ଜାତୀୟ ପ୍ରେସ ଦିବସ ପାଳିତ

ସାମ୍ବାଦିକ ଙ୍କ ସମସ୍ୟା ଓ ଜିଲ୍ଲା ଉନ୍ନୟନ ସମ୍ବଧେ ଆଲୋକପାତ ଜିଲ୍ଲା ଗାନ୍ଧୀ ସ୍ମୃତି ଭବନ ରେ ଜିଲ୍ଲାପ୍ରଶାସନ ଓ ଜିଲ୍ଲା ପ୍ରେସ କ୍ଳବ ମିଳିତ ଭାବେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି! ଏହି ଅବସରରେ କନ୍ଧମାଳ ଜିଲ୍ଲା ପରିଷଦ ର ଡିସିଅ ଓ ସିଇଓ ଶମ୍ଭୁନାଥ ନନ୍ଦୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସାମ୍ବାଦିକ ମାନେ ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ଅଟନ୍ତି! ଲୋକ ଓ ପ୍ରଶାସନ ମଧ୍ୟରେ ଏକ ସେତୁ! ତୃଣ ମୂଳ ସ୍ତରରୁ ଖବର ପ୍ରକାଶ କରିଥାନ୍ତି! ପ୍ରଶାସନ ସବୁ ବିଷୟ ଜାଣିବା କଷ୍ଟସାଧ୍ୟ! ଖବର କାଗଜ ଓ ବୈଦୁତିକ ଗଣମାଧ୍ୟମ ରୁ ବିଭିନ୍ନ ଲୁକାୟତ ଖବର ମିଳିଥାଏ! ସମାଜ ଓ ଦେଶ ଗଠନରେ ଗୁରୁତ୍ୱପୂର୍ଣ ଭୂମିକା ରହିଛି! ଶାସନ ଓ ଯୋଜନା କାର୍ଯ୍ୟ କାରିତାରେ ସ୍ୱଛତା ରହିବା ଆବଶ୍ୟକ!ସ୍ୱଛତା ନ ରହିଲେ ସମ୍ବାଦ ପତ୍ର ପ୍ରତିକ୍ରିୟାଶିଳ ହୋଇଥାନ୍ତି! ସମ୍ବଦିକତାର ସ୍ୱରୂପ ବଦଳିଛି! ଅତୀତର ସାମ୍ବାଦିକତା, କାର୍ଯ୍ୟଶୈଳୀ ଓ ଡ଼ିଭାଇସ ରେ ଅଭୁତ ପୂର୍ବ ପରିବର୍ତନ ଘଟିଛି! ନିମିଷକେ ସୁଦୂର ଦେଶର ଖବର ମିଳିଥାଏ ବୋଲି କହିଥିଲେ,!

ଜିଲ୍ଲା ପ୍ରେସ କ୍ଲବ ର ସଭାଳାଟି ସୁନୀଲ କୁମାର ପଟ୍ଟନାୟକ ସାମ୍ବାଦିକ ମାନେ ଦକ୍ଷତାର ସହ ବସ୍ତାବବାଦୀ ଓ ନିର୍ଭିକ ହେବା ଉଚିତ! ଖବର ପରିବେଷଣ ବେଳେ ଯତ୍ନ ବାନ ହେବା ସହ ଏଥିକ୍ସ କୁ ଗୁରୁତ୍ୱ ଦେବା ଉଚିତ! ସାମ୍ବାଦିକତାରେ ଏଥିକ୍ସ ନରହିବାରୁ ଗୁଡ଼ାଏ ସାମ୍ବାଦିକ ଜେଲ ଗଲେଣି, କଉଠି ବନ୍ଧା ହେଲେଣି ତ କଉଠି ମାଡ ଖାଇଲେଣି ବୋଲି କହିଥିଲେ! ଅତୀତର ସାମ୍ବାଦିକତାରେ ଏକ ବୈଲ୍ଲବିକ ପରିବର୍ତ୍ତନ ଘଟିଛି! ଏ ଆଈ ର ଯୁଗ ଆରମ୍ଭ ହୋଇଛି! ଡିଜିଟାଲ ର ଯୁଗ ସହ ଆଇ ତି ଯୁଗର ଆରମ୍ଭ ହୋଇଛି! ଏହା ଏକ ଆୱାନ ମୂଳକ ବୃତ୍ତି ରେ ପରିଣତ ହୋଇଛି ବୋଲି ଶ୍ରୀ ପଟ୍ଟନାୟକ ଭାଷଣ ପ୍ରସଙ୍ଗ ରେ ଉଲ୍ଲେଖ କରିଥିଲେ!

Leave a Reply

Your email address will not be published. Required fields are marked *