ଅସ୍ଥି ଶଲ୍ୟ ମଞ୍ଚର ଆଲୋଚନା ଚକ୍ର

ଗୋପାଳପୁର:-୨୦/୧୧ ଗୋପାଳପୁରସ୍ଥିତ ହୋଟେଲ ସ୍ୱସ୍ତି ପାମ ରିସର୍ଟ ସମ୍ମିଳନୀ କକ୍ଷରେ ବ୍ରହ୍ମପୁର ଅସ୍ଥିଶଲ୍ୟ ମଞ୍ଚର ଅବାରିତ ଭେଷଜ ଶିକ୍ଷା ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସଭାପତି ଡା ଅବନୀକାନ୍ତ ମିଶ୍ରଙ୍କ ଅଧ୍ୟାକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କୁ ଉପଦେଷ୍ଟା ପଦ୍ମଶ୍ରୀ ଡା କୃଷ୍ଣ ମୋହନ ପାଠୀ ପ୍ରଭୁ ଜଗନ୍ନାଥଙ୍କ ପଟଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରି ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସଭାପତିଙ୍କ ସ୍ୱାଗତ ଅଭିଭାଷଣ ଓ ଉପଦେଷ୍ଟାଙ୍କ ଆଶୀର୍ବାଚନ ପରେ ସମ୍ପାଦକ ଡା ସଙ୍କର୍ଷଣ ପାତ୍ର ମଞ୍ଚ କାର୍ଯ୍ୟକ୍ରମର ବିବରଣୀ ଦେଇଥିଲେ। ବୌଦ୍ଧିକ କାର୍ଯ୍ୟକ୍ରମରେ ଡା. ସଙ୍କର୍ଷଣ ପାତ୍ର ଟେଣ୍ଡିନୋପାଥି ବିଷୟରେ ସନ୍ଦର୍ଭ ଉପସ୍ଥାପନ କରିଥିଲେ। ମଞ୍ଚର ସଦସ୍ୟ ମାନେ ଏହି ଆଲୋଚନାରେ ଭାଗ ନେଇଥିଲେ। ଶେଷରେ ଡା ସୌଭାଗ୍ୟ ହୋତା ଧନ୍ୟବାଦ ଅର୍ପଣ କରିଥିଲେ।ଜାତୀୟ ସଂଗୀତ ଗାନ ପରେ ସଭା ସାଙ୍ଗ ହୋଇଥିଲା।

Leave a Reply

Your email address will not be published. Required fields are marked *